କୋଲକାତା: କେନ୍ଦ୍ର ସରକାର ଅମ୍ଫାନ ରିଲିଫ ବାବଦରେ ପଶ୍ଚିମବଂଗକୁ ୧୦ ହଜାର କୋଟି ଟଙ୍କା ଦେଇଛନ୍ତି। ତେବେ ଏହା ଠିକ୍ ବାଟରେ ଖର୍ଚ୍ଚ ହୋଇନାହିଁ ବୋଲି ଗୋସବାରେ ଆୟୋଜିତ ରୢାଲିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। ଏହି ଅର୍ଥକୁ ଟିଏମ୍ସି ନେତାମାନେ ହଡ଼ପ କରି ନେଇଛନ୍ତି ଏବଂ ଲୋକଙ୍କ ସହ ବଡ଼ ପ୍ରତାରଣା ହୋଇଛି ବୋଲି ସେ କହିଛନ୍ତି। କେନ୍ଦ୍ର ସରକାର ଦେଇଥିବା ସହାୟତା ରାଶିକୁ ପିଉସୀ-ପୁତୁରା (ମମତା-ଅଭିଷେକ) ମିଶି ଚଳୁ କରି ଦେଇଛନ୍ତି। ବିଜେପି ସରକାର ଗଢ଼ିଲେ ଏହାର ତଦନ୍ତ ଭାର ଏସ୍ଆଇଟି ଦ୍ବାରା କରାଇବ। କେହି ଖସିଯାଇ ପାରିବେ ନାହିଁ ବୋଲି ରୢାଲିରେ ଶାହ ଆଜି ମମତା ବାନାର୍ଜୀ ଏବଂ ତାଙ୍କ ପୁତୁରା ସାଂସଦ ଅଭିଷେକ ବାନାର୍ଜୀଙ୍କ ଉଦ୍ଦେଶ୍ୟରେ ଏହା କହିଛନ୍ତି।
ମମତାଙ୍କୁ ଶାହଙ୍କ ପ୍ରଶ୍ନ: ୧୦ ହଜାର କୋଟି ଟଙ୍କାର ଅମ୍ଫାନ ରିଲିଫ ଗଲା କୁଆଡ଼େ
/sambad/media/post_attachments/wp-content/uploads/2021/02/shah_modi_mamata.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)