ନୂଆଦିଲ୍ଲୀ: ପାକିସ୍ତାନର ଗୁଇନ୍ଦା ସଂସ୍ଥା ପାଇଁ ଗୁପ୍ତଚର ଭାବେ କାମ କରୁଥିବା ଶହଜାଦକୁ ରାମପୁରରୁ ଗିରଫ କରାଯାଇଛି।  

Advertisment

ଗିରଫ ପରେ ଶହଜାଦ ସ୍ୱୀକାର କରିଛି କି ଉତ୍ତର ପ୍ରଦେଶର ଅନେକ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରାଯାଉଥିଲା। ଯାହାକୁ ଶୀଘ୍ର କାର୍ଯ୍ୟକାରୀ କରାଯିବାର ଥିଲା। 

ଏଟିଏସ ଅଧିକାରୀମାନେ ଗିରଫ ଶହଜାଦଙ୍କୁ ସୀମାପାର ଚୋରା ଚାଲାଣ ଏବଂ ଗତିବିଧି ବିଷୟରେ ବିସ୍ତୃତ ଭାବରେ ପଚରାଉଚରା କରିଥିଲେ। 

ଏଟିଏସର ପଚରାଉଚରା ସମୟରେ ଆଇଏସଆଇ ସମ୍ପର୍କରେ ଥିବା ଅନେକ ଏଜେଣ୍ଟଙ୍କ ବିଷୟରେ ସୂଚନା ଦେଇ ଶହଜାଦ ସ୍ୱୀକାର କରି କହିଥିଲା, ‘ମୁଁ ଆଇଏସଆଇ ସହିତ ସମ୍ପର୍କରେ ଥିଲି। ଉତ୍ତରପ୍ରଦେଶର ଅନେକ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରାଯାଉଥିଲା। ଯାହାକୁ ଶୀଘ୍ର କାର୍ଯ୍ୟକାରୀ କରାଯିବାର ଯୋଜନା ମଧ୍ୟ ଥିଲା। ହ୍ୱାଟ୍ସଆପ୍ ମାଧ୍ୟମରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ସହିତ ମୁଁ ଯୋଗାଯୋଗରେ ଥିଲି।‘

କୋର୍ଟ ପାକିସ୍ତାନୀ ଗୁପ୍ତଚର ଶହଜାଦକୁ ମଇ ୩୧ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦେଇଛି।।