ନୂଆଦିଲ୍ଲୀ: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଇସ୍ତଫା ଦେବା ପରେ ଦେଶ ଛାଡ଼ିଥିଲେ । ଏବେ ଆସିଥିବା ସୂଚନା ଅନୁସାରେ ସେ ଭାରତରେ ପହଞ୍ଚିଛନ୍ତି । ସେ ନୂଆଦିଲ୍ଲୀ ଉପକଣ୍ଠ ଗାଜିଆବାଦରେ ଥିବା ଭାରତୀୟ ବାୟୁସେନାର ବିମାନଘାଟି ହିଣ୍ଡନରେ ଓହ୍ଲାଇଛନ୍ତି । ସଂଧ୍ୟା ୫ଟା ୩୬ରେ ତାଙ୍କ ବିମାନ ହିଣ୍ଡନରେ ଅବତରଣ କରିଥିଲା । ତାଙ୍କୁ ଭାରତୀୟ ବାୟୁସେନା ଅଧିକାରୀମାନେ ସ୍ବାଗତ କରିଥିଲେ ।
ନୂଆଦଲ୍ଲୀରେ ସେ କେତେ ସମୟ ରହୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି । କିନ୍ତୁ ଚର୍ଚ୍ଚା ହେଉଛି ଯେ ସେ ଭାରତରେ ଅଧିକ ସମୟ ରହିବେ ନାହିଁ ଓ ନୂଆଦିଲ୍ଲୀରୁ ସେ ବ୍ରିଟେନ (ଲଣ୍ଡନ), ଫିନଲ୍ୟାଣ୍ଡ କିମ୍ବା ସ୍ୱିଜରଲ୍ୟାଣ୍ଡକୁ ଯାଇପାରନ୍ତି । ତାଙ୍କ ସହ ତାଙ୍କ ଝିଅ ଅଛନ୍ତି ।
ଦିଲ୍ଲୀରେ ତାଙ୍କ ବିମାନରେ ଇନ୍ଧନ ଭର୍ତ୍ତି କରାଯିବ । ଏହାପରେ ଉପସାଗରୀୟ ଦେଶବିଶେଷ କରି ସାଉଦି ଆରବରେ ଦ୍ବିତୀୟ ଥର ପାଇଁ ବିମାନର ଇନ୍ଧନ ଭର୍ତ୍ତି କରାଯିବାର ସମ୍ଭାବନା ରହିଛି। ଏହାପରେ ଶେଖ ହସିନାଙ୍କ ବିମାନ ଲଣ୍ଡନ ଅଭିମୁଖେ ଯାତ୍ରା କରିବ ବୋଲି ଆଶା କରାଯାଉଛି।
ସେପଟେ ବଂଲାଦେଶରେ ସ୍ଥିତି ବିସ୍ଫୋରକ ରହିଛି । ଶେଖ୍ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ହେବା ପରେ ଏବଂ ବାଂଲାଦେଶ ଛାଡିବା ପରେ ବି ଆନ୍ଦୋଳନରତ ଛାତ୍ର ସଂଗଠନଗୁଡ଼ିକ ପଛଘୁଞ୍ଚା ଦେଉନାହାନ୍ତି। ଅନ୍ତରୀଣ ସରକାର ଚାହୁଁନାହାନ୍ତି ବୋଲି ସେମାନେ ସ୍ପଷ୍ଟ କରିଛନ୍ତି। କ୍ଷମତା 'ବିପ୍ଳବୀ ଛାତ୍ର ଓ ନାଗରିକ'ଙ୍କ ହାତରେ ନ୍ୟସ୍ତ ହେବା ଦରକାର। ସେମାନେ ଅନ୍ୟ କୌଣସି ବିକଳ୍ପ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/WhatsApp-Image-2024-08-05-at-17.47.57.jpeg)