ମୋଦୀଙ୍କ ଭରସା ଶକ୍ତିକାନ୍ତ : ସରକାର ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ  ବିବାଦ ତୁଟାଇବା ହେବ ପ୍ରଥମ କାମ

ନୂଆଦିଲ୍ଲୀ: ଶକ୍ତିକାନ୍ତଙ୍କୁ ଆହ୍ବାନର ପାହାଡ଼ ଅପେକ୍ଷା କରିଛି ତାଙ୍କୁ ଅନେକ କାମ କରିବାର ଅଛି ପ୍ରଥମ କାମଟି ହେଉଛି ସରକାର ରିଜର୍ଭ ବ୍ୟାଙ୍କ ମଧ୍ୟରେ ଯେଉଁ ଫାଟ ସୃଷ୍ଟି ହୋଇଛି ତାହାକୁ ବନ୍ଦ କରି ଉଭୟ ଅନୁଷ୍ଠାନ ଭିତରେ ଏକ ବିଶ୍ବାସର ବାତାବରଣ ସୃଷ୍ଟି କରିବା କାରଣ ବିଗତ କିଛି ମାସ ହେଲାଣି ଦୁଇ ପକ୍ଷ ମଧ୍ୟରେ ସମ୍ପର୍କ ବହୁତ ଖରାପ ସ୍ତରକୁ ଚାଲିଯାଇଛି ସେହି ସମ୍ପର୍କରେ ଶକ୍ତିକାନ୍ତଙ୍କୁ ଉନ୍ନତି ଆଣିବାକୁ ହେବ ଭାରତୀୟ ରିଜର୍ଭ ବ୍ୟାଙ୍କର ଗୌରବ ଫେରାଇ ଆଣିବା ପାଇଁ ତାଙ୍କୁ କାମ କରିବାକୁ ପଡ଼ିବ

ତାଙ୍କ ପାଇଁ ଅପେକ୍ଷା କରିଥିବା ଅନ୍ୟ କାମଗୁଡ଼ିକ ହେଉଛି:
ଋଣ ପ୍ରଦାନ କରିପାରିବେ ନାହିଁ ବୋଲି ଯେଉଁ ୧୧ଟି ସରକାରୀ ବ୍ୟାଙ୍କ ଉପରେ କଟକଣା ଲଗା ଯାଇଛି ତାହାକୁ ହଟାଇବା ଦିଗରେ ଉଦ୍ୟମ କରିବାକୁ ହେବ।
ରିଜର୍ଭ ବ୍ୟାଙ୍କ ଭଣ୍ଡାର ପାଖାପାଖି ସାଢ଼େ ନଅ ଲକ୍ଷ କୋଟି ଟଙ୍କା ରହିଛି ସେଥିରୁ ଲକ୍ଷ କୋଟି ଟଙ୍କା ସରକାର ଚାହୁଁଛନ୍ତି ସେଥିପାଇଁ ଅର୍ଥନୈତିକ ପୁଂଜି ରୂପରେଖ (ଇସିଏଫ୍‌)କୁ ନେଇ ରିଜର୍ଭ ବ୍ୟାଙ୍କସରକାରଙ୍କ ମଧ୍ୟରେ ବିବାଦ ଥିଲା ଏହି ବିବାଦର କିଭଳି ସୁରୁଖୁରୁରେ ସମାଧାନ ହେବ ସେ ଦିଗରେ କାମ କରିବାକୁ ପଡ଼ିବ।
ଅଣ ବ୍ୟାଙ୍କିଙ୍ଗ୍ଆର୍ଥିକ ସଂସ୍ଥା (ଏନ୍ବିଏଫ୍ସି)ଗୁଡ଼ିକ ପାଇଁ ସ୍ବତନ୍ତ୍ର ନଗଦ ପାଣ୍ଠିର ଯୋଗାଡ଼ କରିବାକୁ ହେବ ଆଇଏଲ୍ଆଣ୍ଡ୍ଏଫ୍ଏସ୍ ସଙ୍କଟ ପରେ ଏନ୍ବିଏଫ୍ସିଗୁଡ଼ିକରେ ନଗଦ ପୁଞ୍ଜିର ଘୋର ଅଭାବ ଦେଖାଦେଇଛି।
ୱାନ୍ଡେ ଡିଫଲ୍ଟ ବା ଗୋଟିଏ ଦିନ ଋଣ ଖିଲାପ କରିବା ନିୟମକୁ କୋହଳ କରିବାକୁ ସରକାର ଦାବି କରୁଛି ଋଣ ପରିଶୋଧ ଯଦି ୯୦ ଦିନ ପର୍ଯ୍ୟନ୍ତ ବନ୍ଦ ହୋଇଯିବ ତେବେ ତାହାକୁ ଏନ୍ପିଏ ଭାବେ ବିଚାର କରାଯାଉଛି।। ଏହି ନିୟମ ଅନୁସାରେଧାର୍ଯ୍ୟ ସମୟର ପରଦିନ ଯଦି ଋଣ ପରିଶୋଧ ନହେଲା ତେବେ ଉକ୍ତ ଖାତାକୁ ଏନ୍ପିଏ ବର୍ଗରେ ସାମିଲ କରାଯାଉଛି ଏହି ନିୟମକୁ କୋହଳ କରିବା ଦିଗରେ ଶକ୍ତିକାନ୍ତ କାମ କରିପାରନ୍ତି।
ଅର୍ଥନୀତିର ଗତିକୁ ତ୍ବରାନ୍ବିତ କରିବା ପାଇଁ ସୁଧ ହାରକୁ କମ୍ କରିବାକୁ ରିଜର୍ଭ ବ୍ୟାଙ୍କ ଉପରେ ସରକାର ସବୁ ବେଳେ ଚାପ ପକାଉଥିଲେ ସୁଧ ହାର ହ୍ରାସ କରି ସରକାର କର୍ପୋରେଟ୍ ଜଗତକୁ ଖୁସି କରିବାକୁ ଶକ୍ତିକାନ୍ତ ପ୍ରୟାସ କରିପାରନ୍ତି।

 

ସମ୍ବନ୍ଧିତ ଖବର