ନୂଆଦିଲ୍ଳୀ: ୫୩ ତମ ଇଣ୍ଟର୍ନେସ୍ନାଲ୍ ଫିଲ୍ମ ଫେଷ୍ଟିଭାଲ୍ ଇନ୍ ଇଣ୍ଡିଆ (ଇଫି) ଜୁରି ହେଡ୍ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘କାଶ୍ମୀର ଫାଇଲ୍ସ’ ଉପରେ ବିବାଦୀୟ ମନ୍ତବ୍ୟ ଦେବା ପରେ ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି। ଗତକାଲି ସଂଧ୍ୟାରେ ଇସ୍ରାଏଲ୍ର ସିନେ ନିର୍ମାତା ତଥା ଫିଲ୍ମ ଫେଷ୍ଟିଭାଲ୍ର ଜୁରି ହେଡ୍ ନାଦଭ ଲାପିଡ୍ କହିଥିଲେ ଯେ ‘‘କଶ୍ମୀର ଫାଇଲ୍ସ’ ଏକ ‘ପ୍ରେପାଗଣ୍ଡା’ ଏବଂ ‘ଅଶ୍ଳୀଳ’ ଚଳଚ୍ଚିତ୍ର। ‘ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ ଏହି ଫିଲ୍ମଟି ପ୍ରତିଯୋଗିତା ଦୌଡ଼ରେ କିପରି ସ୍ଥାନ ପାଇଛି!’
ଯାହାକୁ ନେଇ ଚାରିଆଡ଼େ ନାଦଭ ଲାପିଡ୍ଙ୍କୁ ନିନ୍ଦା କରାଯାଉଛି। ତାଙ୍କର ଏହି ମନ୍ତବ୍ୟକୁ ନେଇ ଫିଲ୍ମର କଳାକାର ଅନୁପମ୍ ଖେର୍ ବି ତାଙ୍କୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ ‘କାଶ୍ମୀର ଫାଇଲ୍ସ’କୁ ନିନ୍ଦା କରିବାକୁ ପୂର୍ବରୁ ଯୋଜନା କରାଯାଇଥିଲା। କାଶ୍ମୀର ପଣ୍ଡିତଙ୍କ ପ୍ରତି ନାଦଭ ଲାପିଡ୍ ଅସମ୍ବେଦନଶୀଳ ମନ୍ତବ୍ୟ ଦେଇଛନ୍ତି। ତାଙ୍କର ଏପରି ବୟାନ ପରେ ଟୁଲ୍କିଟ୍ ଗ୍ୟାଙ୍ଗ୍ ସକ୍ରିୟ ହୋଇ ପଡ଼ିଛନ୍ତି।
झूट का क़द कितना भी ऊँचा क्यों ना हो..
सत्य के मुक़ाबले में हमेशा छोटा ही होता है.. pic.twitter.com/OfOiFgkKtD— Anupam Kher (@AnupamPKher) November 28, 2022
ସେ ନାଦଭ ଲାପିଡ୍ଙ୍କ ନାମ ନନେଇ ଏକ ଟ୍ବିଟ୍ ପୋଷ୍ଟ୍ କରି ଲେଖିଛନ୍ତି, ‘ମିଛର ପାଦ କେତେ ବି ଉଚ ହେଉ ପଛେ, ସତ ଆଗରେ ମୁକାବିଲା ବେଳେ ସବୁବେଳେ ଛୋଟ ହିଁ ହୋଇଥାଏ।’
ଇସ୍ରାଏଲ୍ର ସିନେ ନିର୍ମାତା ତଥା ଫିଲ୍ମ ଫେଷ୍ଟିଭାଲ୍ର ଜୁରି ହେଡ୍ ନାଦଭ ଲାପିଡ୍ ‘କାଶ୍ମୀର ଫାଇଲ୍ସ’ ଉପରେ ବିବାଦୀୟ ମନ୍ତବ୍ୟ ଦେବା ପରେ ନିନ୍ଦା କରିଛନ୍ତି ଭାରତରେ ଅବସ୍ଥିତ ଇସ୍ରାଏଲ୍ର ରାଷ୍ଟ୍ରଦୂତ ନାଓର୍ ଗିଲନ୍। ସେ ଟ୍ବିଟ୍ କରି ଲେଖିଛନ୍ତି, ‘‘କଶ୍ମୀର ଫାଇଲ୍ସକୁ ସମାଲୋଚନା କରିଥିବା ନାଦଭ ଲାପିଡ୍ଙ୍କୁ ମୋର ଖୋଲା ଚିଠି। ଏହା ହେବ୍ରିଓରେ ଲେଖୁନାହିଁ, କାରଣ ମୁଁ ଚାହୁଁଛି ମୋ ଭାରତୀୟ ଭାଇଭଉଣୀମାନେ ବି ବୁଝନ୍ତୁ ମୁଁ ଯାହା ଲେଖୁଛି। ଏହା ଅପେକ୍ଷାକୃତ ଦୀର୍ଘ ହୋଇଥିବାରୁ ମୁଁ ତୁମ ଉଦ୍ଦେଶ୍ୟରେ ପ୍ରଥମେ ‘ବଟନ୍ ଲାଇନ୍’ ଲେଖିବାକୁ ଚାହିଁବି ଯେ ‘ତୁମେ ଲଜ୍ଜିତ ହେବା ଉଚିତ’।