ନୂଅ‌ାଦିଲ୍ଳୀ: ମଙ୍ଗଳବାର ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀଙ୍କୁ ନିନ୍ଦା କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର୍‌। ଟିଏମ୍‌ସି ସାଂସଦ ସଂସଦ ବାହାରେ ତାଙ୍କର ମିମିକ୍ରି କରୁଥିବା କାରଣକୁ ନେଇ ସେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। କେବଳ କଲ୍ୟାଣ ବାନାର୍ଜୀ ନୁହଁନ୍ତି, ରାହୁଲ ଗାନ୍ଧୀଙ୍କ ଉପରେ ବି ସେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ସାଂସଦ ମିମିକ୍ରି କରୁଥିବା ବେଳେ ତାହାକୁ ଭିଡିଓ ସୁଟ୍‌ କରୁଥିଲେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ।

Advertisment

ସାଂସଦ କଲ୍ୟାଣ ବାନାର୍ଜୀ ମିମିକ୍ରି କରିବା ବେଳେ ସେଠାରେ ଉପସ୍ଥିତ ଥିବା ଅନ୍ୟ ସାଂସଦମାନେ ହସୁଥିଲେ। ତାହାକୁ ମୋବାଇଲ୍‌ରେ ସୁଟ୍‌ କରୁଥିଲେ ରାହୁଲ ଗାନ୍ଧୀ। ଯାହାକି ଧନକରଙ୍କୁ ଖୁବ୍‌ ଖରାପ ଲାଗିଛି।

publive-image www.indiatoday.in

ଏହି ଘଟଣାରେ ଧନକର୍‌ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ ‘ଲଜ୍ଜାଜନକ, ହାସ୍ୟାସ୍ପଦ, ଆଦୌ ଗ୍ରହଣୀୟ ନୁହେଁ।  ଜଣେ ସାଂସଦ ମିମିକ୍ରି କରି ଉପହାସ କରୁଛନ୍ତି ଏବଂ ଦ୍ୱିତୀୟ ସାଂସଦ ସେହି ଘଟଣାର ଭିଡିଓଗ୍ରାଫି କରୁଛନ୍ତି!’’

ଉଲ୍ଲେଖଯୋଗ୍ୟ, ସଂସଦର ଚାଲିଥିବା ଶୀତକାଳୀନ ଅଧିବେଶନ ପାଇଁ ୯୨ ଜଣ ସାଂସଦଙ୍କ ନିଲମ୍ବନକୁ ନେଇ ବିରୋଧ ମଧ୍ୟରେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ସଂସଦ ପରିସରରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖରଙ୍କ ମିମିକ୍ରି କରୁଥିବାର ନଜର ଆସିଥିଲେ। ତାହାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ମୋବାଇଲ୍‌ ଧରି ସୁଟିଂ କରିଥିଲେ। ଏହି ଘଟଣା ଉପରେ ଧନକର ନିଜର ପ୍ରତିକ୍ରିୟା ରଖିବା ପରେ ରାହୁଲଙ୍କୁ ଭଗବାନ କିଛି ଭଲ ଜ୍ଞାନ ଦିଅନ୍ତୁ ବୋଲି କହିଛନ୍ତି।