ଦୁବାଇ:  ଦୁବାଇଠାରେ ଆଜି  ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଫାଇନାଲ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚରେ ଭାରତୀୟ ଦଳ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି । ଏଥିରେ ଟିମ୍ ଇଣ୍ଡିଆର ପେସ୍ ଆଟାକ୍ ର ମୁଖ୍ୟ ମହମ୍ମଦ ସାମି  ଆହତ ହୋଇଛନ୍ତି।

Advertisment

ସପ୍ତମ ଓଭରରେ ନିଜ ବୋଲିଂରେ ଏକ କ୍ୟାଚ ଧରିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ ହାତରେ ଗଭୀର ଆଘାତ ଲାଗିଥିଲା, ଯାହା ଫଳରେ ତାଙ୍କ ଆଙ୍ଗୁଠିରୁ ରକ୍ତ ପ୍ରବାହିତ ହେଉଥିଲା । ତାଙ୍କ ପୂରା ହାତ ରକ୍ତରେ ଭିଜି ଯାଇଥିଲା। ତାଙ୍କୁ ତୁରନ୍ତ ଫିଜିଓଙ୍କ ସହାୟତା ନେବାକୁ ପଡ଼ିଥିଲା। ଏହାପରେ ସେ ପୁଣି ବୋଲିଂ କରିଥିଲେ। ଏହାବ୍ୟତୀତ ସାମି ରାଚିନ୍ ରବୀନ୍ଦ୍ରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ କ୍ୟାଚ୍ ମଧ୍ୟ ଛାଡିଥିଲେ। ବାଦ୍ ପଡ଼ିଥିବା କ୍ୟାଚ୍ କୁ ନେଇ ରୋହିତ ଅସନ୍ତୁଷ୍ଟ ଥିଲେ। ସପ୍ତମ ଓଭରର ତୃତୀୟ ବଲ୍ ରେ ରାଚିନ୍ ଏକ ଶକ୍ତିଶାଳୀ ସଟ୍ ମାରିଥିଲେ, ଯାହା ଫଲୋ-ଅପ୍ କ୍ୟାଚ୍ ପାଇଁ ଆସୁଥିବା ସାମିଙ୍କ ଆଡ଼କୁ ଯାଇଥିଲା। ସାମି ଉଭୟ ହାତରେ କ୍ୟାଚ୍ ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ଏହାକୁ ଧରିବାରେ ବିଫଳ ହେବାରୁ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା ଏବଂ ରକ୍ତ ସ୍ରାବ ହୋଇଥିଲା। ୭୫ ହାରାହାରିରେ ୨୦୦ରୁ ଅଧିକ ରନ୍ କରିଥିବା ରାଚିନ୍ ଏହି ଟୁର୍ଣ୍ଣାମେଣ୍ଟରେ ଚମତ୍କାର ଫର୍ମରେ ରହିଛନ୍ତି। ତେଣୁ ଏଭଳି ଗୁରୁତ୍ୱପୂର୍ଣ୍ଣ ଫାଇନାଲ ମ୍ୟାଚରେ ତାଙ୍କୁ ଆଉ ଏକ ସୁଯୋଗ ଦେବା କ୍ଷତିକାରକ ହୋଇଥାନ୍ତା। ଏହି କାରଣରୁ କଠିନ ସୁଯୋଗ ହାତଛଡ଼ା ହେବା ପରେ ରୋହିତ ଅସନ୍ତୁଷ୍ଟ ଦେଖାଯାଉଥିଲେ।