କାଉଡିଆଙ୍କ ଗୋଡ ମାଲିସ କରି ସେବା ଯୋଗାଉଛନ୍ତି ଏସ୍‌ପି: ଭିଡିଓ ଭାଇରାଲ

ଲକ୍ଷ୍ମୌ: ଶ୍ରାବଣ ମାସ ଆରମ୍ଭ ହେବା ହେତୁ କାଉଡିଆ ଯାତ୍ରା ଆରମ୍ଭ ହୋଇଯାଇଛି। କାଉଡିଆମାନେ ବି ଭଗବାନ ଶିବଙ୍କ ନିକଟରେ ମାନସିକ ରଖି ସେମାନଙ୍କ ଯାତ୍ରା ଆରମ୍ଭ କରି ଦେଇଛନ୍ତି। ଏହି କ୍ରମରେ ଉତ୍ତରପ୍ରଦେଶର ସାମଲି ଜିଲ୍ଲାରୁ ଏକ ଭିଡିଓ ଭାଇରାଲ୍‌ ହୋଇଛି। ଯେଉଁଥିରେ ଜିଲ୍ଲାର ଏସ୍‌ପି ଚାଲିଚାଲି ଥକି ପଡ଼ିଥିବା କାଉଡିଆଙ୍କ ସେବା କରୁଥିବା ଦେଖିବାକୁ ମିଳିଛି।

ସାମଲି ପୁଲିସ ଅଧିକାରୀ ଟୁଇଟର ହ୍ୟାଣ୍ଡେଲ୍‌ରେ ଏହି ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ଜିଲ୍ଲାର ପୁଲିସ ଅଧ୍ୟକ୍ଷକ (ଏସ୍‌ପି) ଅଜୟ କୁମାର କାଉଡିଆଙ୍କ ଗୋଡ ମାଲିସ କରି ସେବା ଯୋଗାଉଥିବା ଦେଖିବାକୁ ମିଳିଛି। ଏଥିରେ ଲେଖା ହୋଇଛି କି, ସୁରକ୍ଷା ସହିତ ସେବା ବି। କାଉଡିଆଙ୍କ ପାଇଁ ଚିକିତ୍ସା ଶିବିର ଉଦ୍‌ଘାଟନ କରାଯାଇଥିଲା। ଏହି ଶିବିରକୁ ଆସିଥିବା ଜଣେ କାଉଡିଆଙ୍କୁ ଏସ୍‌ପି ଅଜୟ କୁମାର ସେବା ଯୋଗାଇ ଦେଉଛନ୍ତି।

ଏହାପୂର୍ବରୁ ସାମଲି ଏସ୍‌ପିଙ୍କ ଆଉ ଏକ ଫଟୋ ବି ଆସିଥିଲା। ଯେଉଁଥିରେ ସେ ହେଲିକପ୍ଟରରୁ କାଉଡିଆଙ୍କ ଉପରେ ଫୁଲ ବର୍ଷା କରୁଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର