ଚୀନ‌ର ସାଣ୍ତଙ୍ଗ ବିଶ୍ବବିଦ୍ୟାଳୟର ଦାବି : କରୋନାଭୂତାଣୁର ସୃଷ୍ଟି ପ୍ରାକୃତିକ, କୃତ୍ରିମ ନୁହେଁ

ବେଜିଂ : ପୃଥିବୀ ତମାମ ଏବେ ହଇଚଇ ରଚାଇଥିବା ମହାମାରୀ କୋଭିଡ୍-୧୯ ପଛର କାରଣ ଅଭିନବ କରୋନାଭୂତାଣୁ ସାର୍ସ-କୋଭ୍-୨ର ଉତ୍ପତ୍ତିକୁ ନେଇ ଆମେରିକା ଓ ଚୀନ୍ ମଧ୍ୟରେ କଥା କଟାକଟି ଜାରି ରହିଥିବା ବେଳେ ଚୀନ୍‌ର ସାଣ୍ତଙ୍ଗ ସ୍ଥିତ ଫାର୍ଷ୍ଟ ମେଡିକାଲ୍ ୟୁନିଭରସିଟିର ଗବେଷକମାନେ ନୂତନ ତଥ୍ୟ ସାମନାକୁ ଆଣିଛନ୍ତିା ଚୀନ୍ର ଉହାନ ସହର ସ୍ଥିତ ଏକ ଜୈବ ବିଜ୍ଞାନାଗାରରେ ଚୀନ୍ ବୈଜ୍ଞାନିକମାନେ କୃତ୍ରିମ ଭାବେ ଏହି ଘାତକ ଭୂତାଣୁକୁ ସୃଷ୍ଟି କରିଛନ୍ତି ବୋଲି ଆମେରିକା ଉପଯୁକ୍ତ ପ୍ରମାଣ ରଖିଥିବା ସମ୍ପର୍କରେ ବାରମ୍ବାର ଦାବି କରିଆସୁଛି। ମାତ୍ର ଏକ ନିର୍ଦ୍ଦିଷ୍ଟ ପ୍ରଜାତିର ବାଦୁଡି଼ଙ୍କ ଠାରେ କରୋନାଭୂତାଣୁର ଏକ ପ୍ରକାର ବଂଶଜ ଭୂତାଣୁ ଠାବ ହୋଇଥିବାରୁ ଏହା କେବେ ବି କୃତ୍ରିମ ଭାବେ ସୃଷ୍ଟି ହୋଇନାହିଁ ବୋଲି ସାଣ୍ତଙ୍ଗ ଭେଷଜ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ଦାବି କରିଛନ୍ତି। ଅବଶ୍ୟ ବାଦୁଡି଼ଙ୍କ ଠାରେ ମିଳିଥିବା ଏହି ଅଭିନବ ଭୂତାଣୁମାନଙ୍କ ପାଇଁ ସେହି ପ୍ରଜାତିର ବାଦୁଡି଼ ହିଁ ପ୍ରାକୃତିକ ଅତିଥି ହୋଇଥିବା ବେଳେ ସେହି ଭୂତାଣୁମାନଙ୍କର ମୂଳ ଉତ୍ପତ୍ତି ଜଣାପଡି଼ନାହିାଁ ତେବେ ସେହି ଧରଣର ଭୂତାଣୁଙ୍କ ଉପସ୍ଥିତିରୁ ସାର୍ସ-କୋଭ୍-୨ର ଉତ୍ପତ୍ତି ନିଶ୍ଚିତ ଭାବେ ପ୍ରାକୃତିକ ବୋଲି ଏ ସଂକ୍ରାନ୍ତ ସବିଶେଷ ତଥ୍ୟ ‘କରେଣ୍ଟ୍ ବାୟୋଲୋଜି’ ନାମକ ପତ୍ରିକାରେ ସ୍ଥାନ ପାଇଛି।

ଏହି ଗବେଷକମାନଙ୍କ ଯୁକ୍ତି ହେଲା, ବାଦୁଡି଼ ଠାରେ ଦେଖାଦେଇଥିବା ଆର୍‌ଏମ୍‌ୱାଇଏନ୍-୦୨ ନାମକ ସେହି ଭୂତାଣୁର ଜିନୋମ୍ ବା ବଂଶଜ ଉପାଦାନ ସାର୍ସ-କୋଭ୍-୨ ସହିତ ଅତି ନିବିଡ଼ ଭାବେ ସାମଞ୍ଜସ୍ୟ ରହିଛିା ସେହିପରି ଉକ୍ତ ଭୂତାଣୁର ଖଞ୍ଜାରେ ରହିଥିବା ଆମିନୋ ଅମ୍ଳ(ଏକ ପ୍ରକାର ପ୍ରୋଟିନ୍) ସାର୍ସ-କୋଭ୍-୨ର ବାହ୍ୟଦେଶରେ ରହିଥିବା ସ୍ପାଇକ୍ ପ୍ରୋଟିନ୍ ସହ ମଧ୍ୟ ସମାନ। ଏ ପ୍ରକାର ସାମଞ୍ଜସ୍ୟ କେବଳ ପ୍ରାକୃତିକ ଭାବେ ସୃଷ୍ଟ ଏକା ଜାତିର ବଂଶଜଙ୍କ ଠାରେ ଦେଖାଯାଇଥାଏ। ସୁତରାଂ ସାର୍ସ-କୋଭ୍-୨ ମଧ୍ୟ ପ୍ରାକୃତିକ ବୋଲି ସହଗବେଷକ ଉଇଫେଙ୍ଗ୍ ସାଇ କହିଛନ୍ତି। ସୂଚନା ଥାଉ କି, ବାଦୁଡି଼ମାନେ ହିଁ ସାର୍ସ କରୋନାଭୂତାଣୁର ବାହକ ବୋଲି ୨୦୦୫ ମସିହାରେ ଜଣାପଡି଼ବା ପରଠାରୁ ଏହି ବାଦୁଡି଼ମାନଙ୍କ ଉପରେ ପରୀକ୍ଷାନିରୀକ୍ଷା କରିବା ପାଇଁ ଗବେଷକମାନଙ୍କର ଆଗ୍ରହ ବଡ଼ିଥିଲାା ତେବେ ୨୦୧୯ ମସିହା ମେ ମାସରୁ ଅକ୍ଟୋବର ମଧ୍ୟରେ ଚୀନ୍‌ର ୟୁନାନ୍ ପ୍ରଦେଶରୁ ସଂଗୃହୀତ ୨୨୭ ପ୍ରକାର ବାଦୁଡି଼ ନମୁନାଗୁଡି଼କୁ ବିଶ୍ଳେଷଣ କରି ଏହି ଆର୍‌ଏମ୍‌ୱାଇଏନ୍-୦୨ ଭୂତାଣୁକୁ ଚିହ୍ନଟ କରାଯାଇଛି ବୋଲି ଉଇଫେଙ୍ଗ୍ କହିଛନ୍ତି।କରାଯାଇଛି ବୋଲି ଉଇଫେଙ୍ଗ୍ କହିଛନ୍ତିା

ସମ୍ବନ୍ଧିତ ଖବର