ସାଙ୍ଘାଇ: ସହରବ୍ୟାପୀ କୋଭିଡ୍-୧୯ ପରୀକ୍ଷା କାର୍ଯ୍ୟକ୍ରମ ଯୋଗୁଁ ସୁପର୍ମାର୍କେଟ୍ ବନ୍ଦ କରାଯିବା ସହ ଯୋଗାଣ ଉପରେ କଟକଣା ଜାରି କରାଯିବାରୁ ଆଜି ଖାଦ୍ୟ ସମାଗ୍ରୀ ଯୋଗାଡ଼ କରିବା ଲାଗି ଚୀନ୍ର ପ୍ରମୁଖ ଆର୍ଥିକ ନଗରୀ ସାଙ୍ଘାଇରେ ‘ଲକ୍ଡାଉନ୍’ରେ ଥିବା ୨୬ ନିୟୁତ ଜନତା ଖାଦ୍ୟ ସାମଗ୍ରୀ ପାଇଁ ଧାଆଁଦୌଡ଼ କରୁଛନ୍ତି।
ବ୍ୟାପକ କୋଭିଡ୍-୧୯ ସଂକ୍ରମଣ ବ୍ୟାପିଥିବା ସାଙ୍ଘାଇ ସହରର ସରକାର ଆଜି କହିଛନ୍ତି, ସମସ୍ତଙ୍କ ନମୁନା ପରୀକ୍ଷଣ ଶେଷ ହୋଇ ଫଳାଫଳ ପ୍ରକାଶ ନ ପାଇବା ପର୍ଯ୍ୟନ୍ତ କଟକଣା ଉଠାଯିବା କଥା ବିଚାର କରାଯାଉନାହିଁ।
ସହରର ସ୍ବାସ୍ଥ୍ୟ କମିସନ୍ରେ ଥିବା ଜଣେ ଅଧିକାରୀ ଆଜି ଆଜି ସାମ୍ବାଦିକମାନଙ୍କୁ କହିଛନ୍ତି, ସଂକ୍ରମଣ ପ୍ରତିହତ କରିବା ଲାଗି ସଙ୍ଘାଇରେ ସ୍ବଳ୍ପ ସମୟ ମଧ୍ୟରେ ଅନେକ କାର୍ଯ୍ୟ ଶେଷ କରାଯିବାକୁ ଯୋଜନା କରାଯାଇଛି।
/sambad/media/post_attachments/wp-content/uploads/2022/04/sanghai.jpg)
ଅନେକ ବାସଭବନ ପରିସର ଦୁଇ ସପ୍ତାହରୁ ଅଧିକ କାଳ ଲକ୍ଡାଉନ୍ରେ ରହି ସାରିଥିବାରୁ ବାସିନ୍ଦାମାନେ କଟକଣା, ପରୀକ୍ଷା ଉପକରଣ ଏବଂ ଖାଦ୍ୟ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଲାଗି ହତାଶ ହୋଇ ଗଲେଣି।
ଲକ୍ଷଣରହିତ ମାମଲାଗୁଡ଼ିକୁ ଘରେ କ୍ବାରେଣ୍ଟିନ୍ରେ ରଖାଯିବା ପାଇଁ ଅନୁମତି ଦିଆଯାଉ ବୋଲି ଦାବି କରିଛନ୍ତି। କୋଭିଡ୍-ପଜିଟିଭ୍ ପିଲାମାନଙ୍କୁ ସେମାନଙ୍କ ପିତାମାତାଙ୍କ ଠାରୁ ପୃଥକ୍ କରାଯିବା ଘଟଣା ଯୋଗୁଁ ମଧ୍ୟ ଲୋକେ କ୍ଷୁବ୍ଧ ହୋଇଛନ୍ତି।
/sambad/media/post_attachments/wp-content/uploads/2022/04/sanghai1.jpg)
ଉଲ୍ଲେଖଯୋଗ୍ୟ, ଏପ୍ରିଲ୍ ୫ ତାରିଖ ଦିନ ସାଙ୍ଗାଇରେ ୧୬,୭୬୬ଟି ଲକ୍ଷଣରହିତ ଓ ୩୧୧ଟି ଲକ୍ଷଣଯୁକ୍ତ ନୂଆ ସଂକ୍ରମଣ ମାମଲା ଚିହ୍ନଟ କରାଇଥିଲା। ମଙ୍ଗଳବାର ଦିନ ସେଠାରେ ଲକ୍ଷଣରହିତ ସଂକ୍ରମଣ ସଂଖ୍ୟା ୧୩,୦୮୬ ଥିବା ବେଳେ ୨୬୮ଟି ଲକ୍ଷଣରହିତ ମାମଲା ଚିହ୍ନଟ ହୋଇଥିଲା।