ସାଙ୍ଘାଇ: ନୂଆ ଲକ୍ଡାଉନ୍ ଜାରି ହେବାର କିଛି ସପ୍ତାହ ପରେ ପ୍ରଥମ କରି ସାଙ୍ଘାଇରେ କୋଭିଡ୍-୧୯ଦ୍ବାରା ଆକ୍ରାନ୍ତ ହୋଇଥିବା ୩ଜଣ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥବା କଥା ଆଜି ସହରର ସରକାର କହିଛନ୍ତି।
ସାମାଜିକ ଗଣମାଧ୍ୟମରେ ସାଙ୍ଘାଇ ସରକାର କହିଛନ୍ତି, ଡାକ୍ତରଖାନାକୁ ଯିବା ପରେ ୩ଜଣ ବ୍ୟକ୍ତିଙ୍କର ସ୍ବାସ୍ଥ୍ୟାବସ୍ଥା ନିମ୍ନଗାମୀ ହୋଇଥିଲା। ତାଙ୍କର ଅବସ୍ଥାର ଉନ୍ନତି ପାଇଁ ସମସ୍ତ ପ୍ରକାରର ପ୍ରୟାସ ନିଷ୍ଫଳ ହୋଇଛି।
ମୃତ ବ୍ୟକ୍ତିମାନଙ୍କ ମଧ୍ୟରୁ ୨ଜଣ ଥିଲେ ୮୯ ଏବଂ ୯୧ ବର୍ଷୀୟ ମହିଳା ଏବଂ ଜଣେ ୯୧ ବର୍ଷିୟ ପୁରୁଷ। କୋଭିଡ୍-୧୯ ବ୍ୟତିରେକେ, ସେମାନେ ହୃଦ୍ରୋଗ, ମଧୁମେହ ଓ ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ଥିଲେ।
ଚୀନ୍ର ବୃହତ୍ତମ ନଗରୀ ସାଂଘାଇରେ ଚଳିତ ବର୍ଷ କୋଭିଡ୍-୧୯ ସଂକ୍ରମଣ ମାତ୍ରାଧିକ ବୃଦ୍ଧି ପାଇବାରୁ ଲକ୍ଡାଉନ୍ ଘୋଷଣା କରାଯାଇଥିଲା। ଏଭଳି ସଂକ୍ରମଣ କୋଭିଡ୍-୧୯ ସଂକ୍ରମଣ ବ୍ୟାପିବା ଦିନରୁ ଚୀନ୍ର ଅନ୍ୟ କୌଣସି ଅଞ୍ଚଳରେ ଦେଖାଯାଇ ନ ଥିଲା।
/sambad/media/post_attachments/wp-content/uploads/2022/04/cv1.jpg)
ମୁନିସପାଲ୍ ହେଲ୍ଥ୍ କମିସନ୍ କହିବା ଅନୁସାରେ, ଆଜି ଚିହ୍ନଟ ହୋଇଥିବା ୨୨,୨୪୮ ସଂକ୍ରମଣରୁ ୨,୪୧୭ ହେଉଛି ଲକ୍ଷଣଯୁକ୍ତ ବୋଲି , ‘ଦି ଇଷ୍ଟର୍ଣ୍ଣ ବିଜ୍ନେସ୍ ହବ୍’ ପୋଷ୍ଟ୍ କରିଛି।
୨୦୧୯ ଶେଷ ଆଡ଼କୁ ଚୀନ୍ରେ ପ୍ରଥମେ କରୋନାଭାଇରସ୍ ଚିହ୍ନଟ ହୋଇଥିଲା। ‘ମାସ୍ ଟେଷ୍ଟିଙ୍ଗ୍’, ଭ୍ରମଣ କଟକଣା ଓ ନିର୍ଦ୍ଧାରିତ ଅଞ୍ଚଳରେ ଲକ୍ଡାଉନ୍ ଭଳି ‘ଜିରୋ-କୋଭିଡ୍ ପଲିସି’ ଯୋଗୁଁ ସଂକ୍ରମଣ ଉଲ୍ଲେଖନୀୟ ଭାବେ ହ୍ରାସ କରାଯାଇଥିଲା।
କିନ୍ତୁ, ଦ୍ରୁତ ବିସ୍ତାରଶୀଳ ଓମିକ୍ରନ୍ କରୋନାଭାଇରସ୍ ସଂକ୍ରମଣ ହେତୁ ଚୀନ୍ର ବିଭିନ୍ନ ଅଞ୍ଚଳରେ କଟକଣା ଜାରି କରାଯାଇଛି। ଚଳିତ ବର୍ଷ ମାର୍ଚ ୧୯ରେ ନୂତନ କୋଭିଡ୍ ମୃତ୍ୟୁ ଘଟିଥିବା କଥା ଚୀନ୍ ରିପୋର୍ଟ କରିଥିଲା। ଉତ୍ତରପୂର୍ବାଞ୍ଚଳ ଜିଲିନ୍ ପ୍ରଦେଶରେ ୨ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ପ୍ରାୟ ବର୍ଷକରୁ ଅଧିକ ସମୟ ପରେ ଏହା ଥିଲା ଚୀନ୍ରେ କୋଭିଡ୍-୧୯ଜନିତ ପ୍ରଥମ ମୃତ୍ୟୁ ଘଟଣା।