ନୂଆଦିଲ୍ଲୀ: ଦ୍ୱାରକା ଶାରଦା ପୀଠର ଶଙ୍କରାଚାର୍ଯ୍ୟ ସ୍ବରୂପାନନ୍ଦ ସରସ୍ୱତୀଙ୍କ ୯୯ବର୍ଷ ବୟସରେ ଦେହାନ୍ତ ହୋଇଛି। ମଧ୍ୟପ୍ରଦେଶର ନିରସିଂହପୁରରେ ତାଙ୍କର ଦେହାନ୍ତ ହୋଇଛି। ସୂଚନାନୁସାରେ, ଅପରାହ୍ନ ପ୍ରାୟ ୩ଟା ସମୟରେ ନିଜ ଆଶ୍ରମରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କିଛି ଦିନ ପୂର୍ବରୁ, ସେ ନିଜର ୯୯ତମ ଜନ୍ମଦିନକୁ ଧୁମଧାମରେ ପାଳନ କରିଥିଲେ। ସେ ସେପ୍ଟେମ୍ବର ୨,୧୯୨୪ରେ ଜନ୍ମଗ୍ରହଣ କରିଥିବା ବେଳେ ସେ ଦ୍ୱାରକା ଏବଂ ଜ୍ୟୋର୍ତିମଠର ଶଙ୍କରାଚାର୍ଯ୍ୟ ଥିଲେ।
livehindustanଦେଶକୁ ସ୍ବାଧୀନତା ଦେବା ପାଇଁ ଶଙ୍କରାଚାର୍ଯ୍ୟ ସ୍ବରୂପାନନ୍ଦ ମଧ୍ୟ ବ୍ରିଟିଶମାନଙ୍କ ସହ ମୁହାଁମୁହିଁ ହୋଇଥିଲେ। ପିଲାଦିନେ ତାଙ୍କର ନାମ ପୋଥିରାମ ଥିଲା। ସେ କାଶୀରେ କରପାତ୍ରୀ ମହାରାଜଙ୍କଠାରୁ ଧର୍ମ ଶିକ୍ଷା କରିଥିଲେ। ସେ ୧୯୪୨ମସିହାରେ ଭାରତ ଛାଡ୍ ଆନ୍ଦୋଳନରେ ମଧ୍ୟ ଯୋଗ ଦେଇଥିବା ବେଳେ ତାଙ୍କୁ ଦୁଇଥର ଜେଲ ଯିବାକୁ ପଡିଥିଲା। ୧୯୮୯ରେ ସେ ଶଙ୍କରାଚାର୍ଯ୍ୟ ଆଖ୍ୟା ପାଇଥିଲେ। ତେବେ ଦୀର୍ଘ ଦିନ ହେଲାଣି ତାଙ୍କର ସ୍ବାସ୍ଥ୍ୟାବସ୍ଥା ଖରାପ ଥଲା ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/t-136.jpg)