ବାଙ୍ଗାଲୋର: ଗୌରବ ଆଣିଲେ କର୍ଣ୍ଣାଟକର ଶାନ୍ତାରାମ ବୁଦ୍ଧନା | କାରଣ ସେ ସିଦ୍ଧ ସମ୍ପ୍ରଦାୟ (ଭାରତର ଆଫ୍ରିକୀୟ ବଂଶ)ର ପ୍ରଥମ ବିଧାୟକ ହୋଇପାରିଛନ୍ତି। ନିକଟରେ କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ଭାଲାଙ୍କ ଦ୍ୱାରା ଶାନ୍ତାରାମ ବୁଦ୍ଧନା ସିଦ୍ଧଙ୍କ ସମେତ ୫ଜଣଙ୍କୁ କର୍ଣ୍ଣାଟକ ବିଧାନ ପରିଷଦକୁ ମନୋନୀତ କରାଯାଇଛି।

Advertisment

ଭାରତର ସିଦ୍ଧ ଜାତି ପୂର୍ବ ଆଫ୍ରିକୀୟ ଅଞ୍ଚଳର ଲୋକଙ୍କଠାରୁ ଆସିଥିବା କୁହାଯାଉଛି। ସେମାନେ କର୍ଣ୍ଣାଟକର ଅନୁସୂଚିତ ଜନଜାତି (ଏସଟି) ତାଲିକାରେ ଅନ୍ତର୍ଭୁକ୍ତ। ସେମାନେ ଗୁଜୁରାଟ, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ଆନ୍ଧ୍ରପ୍ରଦେଶରେ ରହୁଛନ୍ତି।

publive-image photo-dainik jagaran

ତଥାପି, ସେମାନଙ୍କର ମୁଖ୍ୟ ଜନସଂଖ୍ୟା କର୍ଣ୍ଣାଟକର ଜୁନାଗଡ ଜିଲ୍ଲାରେ ଅଛନ୍ତି | ଯେଉଁଠାରେ ୫୦୦୦୦-୬୦୦୦୦ ଲୋକ ବସବାସ କରନ୍ତି | ନ୍ୟୁଜ୍ ଏଜେନ୍ସି ଏଏନଆଇ ଅନୁଯାୟୀ, ଶାନ୍ତାରାମ ସିଦ୍ଧ ଜଣେ ସାମାଜିକ କର୍ମୀ ଭାବରେ କାର୍ଯ୍ୟ କରୁଥିଲେ ଏବଂ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଗଠନ(ଆରଏସଏସ) ର ବନବାସୀ କଲ୍ୟାଣ ପ୍ରଚାରକ ଭାବେ କାର୍ଯ୍ୟ କରୁଥିଲେ । ଏଠାରେ ସୂଚନା ଥାଉ କି ସିଦ୍ଧିମାନେ ପୂର୍ବ ଆଫ୍ରିକୀୟ ଅଞ୍ଚଳର ଲୋକଙ୍କଠାରୁ ଆସିଥିବା କୁହାଯାଉଛି। ପ୍ରାୟ ଚାରି ଶତାବ୍ଦୀ ପୂର୍ବରୁ ସେମାନଙ୍କୁ ପର୍ତ୍ତୁଗୀଜ୍ ବ୍ୟବସାୟୀମାନେ ଭାରତକୁ ଆଣିଥିଲେ। ଆଉ ସେବେଠାରୁ ଏମାନେ ଭାରତରେ ରହି ଆସୁଛନ୍ତି |