ଶାନ୍ତିଶ୍ରୀ ପଣ୍ଡିତ ହେଲେ ଜେଏନ୍‌ୟୁର ପ୍ରଥମ ମହିଳା କୁଳପତି

ନୂଆଦିଲ୍ଲୀ: ଶାନ୍ତିଶ୍ରୀ ଧୂଲିପୁଡ଼ି ପଣ୍ଡିତ ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟ (ଜେଏନ୍‌ୟୁ)ର ପ୍ରଥମ ମହିଳା କୁଳପତି ହେବେ। ଶ୍ରୀମତୀ ପଣ୍ଡିତ ବର୍ତ୍ତମାନ ମହାରାଷ୍ଟ୍ରର ସାବିତ୍ରୀବାଇ ଫୁଲେ ବିଶ୍ବବିଦ୍ୟାଳୟର କୁଳପତି ଅଛନ୍ତି। ୫୯ ବର୍ଷୀୟା ପଣ୍ଡିତ ହେଉଛନ୍ତି ଜେଏନ୍‌ୟୁର ପୁରାତନ ଛାତ୍ରୀ। ସେ ଏଠାରେ ଏମ୍‌ଫିଲ୍ କରିବା ସହ ଅନ୍ତର୍ଜାତୀୟ ସମ୍ପର୍କ ଉପରେ ପିଏଚ୍‌ଡି କରିଥିଲେ। ତାଙ୍କୁ ପାଞ୍ଚ ବର୍ଷ ପାଇଁ ଏହି ନିଯୁକ୍ତି ମିଳିଛି ବୋଲି ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର