ମୁମ୍ବାଇ: ମହାରାଷ୍ଟ୍ରରେ ନୂଆବର୍ଷରେ ପୁଣି ଏକ ବଡ଼ ରାଜନୈତିକ ଖେଳ ପାଇଁ ପ୍ରସ୍ତୁତି ଚାଲିଛି। ଶରଦ ପାୱାର ଏବଂ ଅଜିତ ପାୱାରଙ୍କ ନେତୃତ୍ୱରେ ଏନସିପିର ମିଶ୍ରଣ ଶୀଘ୍ର ହୋଇପାରେ ବୋଲି ଚର୍ଚ୍ଚା ହେଉଛି।
ଚତୁର୍ଥ ଥର ପାଇଁ ମହାରାଷ୍ଟ୍ରର ବାରାମତି ଲୋକସଭା ଆସନରୁ ଜିତିଥିବା ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ କେନ୍ଦ୍ରରେ ମନ୍ତ୍ରୀ ହେବେ କି? ରାଜ୍ୟ ରାଜନୀତିରେ ପାୱାର ପରିବାର ଏକତ୍ର ହେବା ନେଇ କଳ୍ପନାଜଳ୍ପନା ମଧ୍ୟରେ ଏହି ପ୍ରଶ୍ନ ଆଲୋଚନାର କେନ୍ଦ୍ର ପାଲଟିଛି।
ଅଜିତ ପାୱାରଙ୍କ ମା’ ଆଶାତାଈ ପାୱାର ନିକଟରେ ସ୍ପଷ୍ଟ ଭାବରେ କହିଥିଲେ ଯେ, ସେ ଚାହୁଁଛନ୍ତି ପାୱାର ପରିବାର ଏକଜୁଟ ହୁଅନ୍ତୁ। ରାଜ୍ୟର ରାଜନୈତିକ ମହଲରେ ଆଲୋଚନା ହେଉଛି, ଏନସିପିର ଉଭୟ ଦଳକୁ ଏକାଠି କରିବା ପାଇଁ ଉଦ୍ୟମ ପରଦା ପଛରେ ଚାଲିଛି।
ଯଦି ଏହି ପ୍ରୟାସ ସଫଳ ହୁଏ, ତେବେ ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରରେ ମନ୍ତ୍ରୀ ହୋଇପାରିବେ। କେବଳ ଏତିକି ନୁହେଁ, ସେ ଏକ ବଡ଼ ମନ୍ତ୍ରଣାଳୟ ମଧ୍ୟ ପାଇପାରିବେ।
ନିକଟରେ ସାମ୍ନାକୁ ଆସିଥିଲା ରାଜ୍ୟର ଜଣେ ବଡ଼ ଶିଳ୍ପପତିଙ୍କ ଇଚ୍ଛା ଅନୁଯାୟୀ ଗୋଟିଏ ପରିବାରର ଦୁଇ ପ୍ରତିଦ୍ୱନ୍ଦ୍ୱୀ ଦଳକୁ ମିଶ୍ରଣ କରିବାକୁ ଉଦ୍ୟମ ଚାଲିଛି। ଏହା ମଧ୍ୟ ଆଲୋଚନା ହେଉଛି ଯେ, ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାରଙ୍କର ନୀତୀଶ କୁମାର ଏବଂ ଚନ୍ଦ୍ରବାବୁ ନାଇଡୁଙ୍କ ଉପରେ ନିର୍ଭରଶୀଳତା ହ୍ରାସ ପାଇବ।
ଶରଦ ପାୱାରଙ୍କ ନେତୃତ୍ୱରେ ଏନସିପିରେ ଆଠ ଜଣ ସାଂସଦ ଅଛନ୍ତି। ଯଦିଓ ଅଜିତ ପାୱାରଙ୍କ ମା’ଆଶାତାଈ ପାୱାର ପରିବାରର ଏକତା ବିଷୟରେ କହିଥିଲେ ତେବେ ଯେପର୍ଯ୍ୟନ୍ତ ଅଜିତ ପାୱାର ବିଜେପି ସହିତ ଅଛନ୍ତି ସେ ପର୍ଯ୍ୟନ୍ତ କିଛି ହୋଇପାରିବ ନାହିଁ। ସୂତ୍ରରୁ ପ୍ରକାଶ ଯେ, ଅଜିତ ପାୱାର ଏବଂ ଶରଦ ପାୱାରଙ୍କ ମିଳନ ଟିକେ କଷ୍ଟସାଧ୍ୟ କିନ୍ତୁ ଅସମ୍ଭବ ନୁହେଁ। ଅଜିତ ପାୱାରଙ୍କ ଦଳ ଲୋକସଭା ନିର୍ବାଚନରେ କେବଳ ଗୋଟିଏ ଆସନ ଜିତିଥିଲା। ଯେତେବେଳେ କି ଶାରଦ ପାୱାରଙ୍କ ଦଳ ୧୦ଟି ଆସନରେ ଲଢ଼ି ଆଠଟି ଜିତିଥିଲା।
ନିକଟରେ ଶିବସେନା ୟୁବିଟି ମୁଖପତ୍ର ସାମନାରେ ସୁପ୍ରିୟା ସୁଲେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ପ୍ରଶଂସା କରିଥିଲେ। ସେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ପ୍ରଶଂସା କରି ଦେବଭାଉ ବୋଲି କହିଥିଲେ। ଏହା ପରେ ମଧ୍ୟ ସୁପ୍ରିୟା ସୁଲେ ଦେବେନ୍ଦ୍ର ଫଡନାଭିସଙ୍କୁ ପ୍ରଶଂସା କରିଥିଲେ। ସୁଲେ କହିଥିଲେ ଯେ, ଚ ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯିଏ ରାଜ୍ୟରେ ସକ୍ରିୟ ଅଛନ୍ତି।
ସୁଲେ କହିଥିଲେ, ସ୍ୱର୍ଗତ ଏନସିପି ନେତା ତଥା ପୂର୍ବତନ ଗୃହମନ୍ତ୍ରୀ ଆର.ଆର ପାଟିଲ ମଧ୍ୟ ଗଢ଼ିଚରୌଲି ଯାଆନ୍ତି। ଫଡନାଭିସଙ୍କର ଗଢ଼ିଚରୌଲି ଯାଉଥିବା ଏକ ସକାରାତ୍ମକ ପଦକ୍ଷେପ। ସେ କହିଥିଲେ ଯେ ନକ୍ସଲବାଦ ସମାପ୍ତ ହେବା ଉଚିତ୍। ରାଜନୈତିକ ମହଲରେ, ସୁଲେଙ୍କ ଏହି ବିବୃତିକୁ ଏକ ନୂତନ ରାଜନୈତିକ ସ୍ଥିତି ସୃଷ୍ଟି ହେବାର ପ୍ରଥମ ପଦକ୍ଷେପ ଭାବରେ ବିବେଚନା କରାଯାଉଛି।
ଅଧିକ ପଢ଼ନ୍ତୁ: ପୁଣି ତାଇୱାନ-ଚୀନ୍ ମୁହାଁମୁହିଁ
ଯଦି ପାୱାର ବିଜେପିରେ ଯୋଗ ଦିଅନ୍ତି ତା’ହେଲେ ତାଙ୍କୁ ପୁଣିଥରେ ରାଜ୍ୟସଭାକୁ ଯିବା ପାଇଁ ରାସ୍ତା ସଫା ହୋଇଯିବ। କେବଳ ଏତିକି ନୁହେଁ ଅଜିତ ପାୱାରଙ୍କ ଦଳ ବିଧାନସଭା ନିର୍ବାଚନରେ ଅଧିକ ଆସନ ପାଇବା ପରେ ଶରଦଙ୍କ ଦଳ ବହୁତ ଚାପରେ ରହିଛି। ଏମିତି ଏକ ଆଲୋଚନା ହେଉଛି ଯେ, ଯଦି ପାୱାର ଏକ ଭଲ ପରିସ୍ଥିତି ସୃଷ୍ଟି ନ କରନ୍ତି ତେବେ ତାଙ୍କ ନେତୃତ୍ୱରେ ଏନସିପି ପୁଣି ଭାଙ୍ଗିପାରେ।
ଏନସିପିର ଉଭୟ ଦଳ ରାଜ୍ୟରେ ୨୦ ପ୍ରତିଶତ ଭୋଟ୍ ପାଇଛନ୍ତି। ଶରଦ ପାୱାର ଶିବିର ପାଇଁ ଆସନ୍ତା ପାଞ୍ଚ ବର୍ଷ ବିନା ଶକ୍ତିରେ ରହିବା ଏକ ଚ୍ୟାଲେଞ୍ଜ୍ ବୋଲି ବିବେଚନା କରାଯାଉଛି।
ଅଧିକ ପଢ଼ନ୍ତୁ: ମୋତେ ଆଉଥରେ ମୁଖ୍ୟମନ୍ତ୍ରୀ ନିବାସରୁ ବାହାର କରାଯାଇଛି : ଅତିଶୀ