ନୂଆଦିଲ୍ଲୀ : ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ସହ ସାକ୍ଷାତ୍ ପରେ ଶରଦ ପାୱର ଆଜି ବିଭିନ୍ନ ବିରୋଧୀ ଦଳମାନଙ୍କ ବୈଠକ ଡାକିଛନ୍ତି । ଏଥିରେ ୧୫ଟି ଦଳର ନେତା ସାମିଲ ହେବେ । ତେବେ ଏହି ବୈଠକରେ କଂଗ୍ରେସକୁ ନିମନ୍ତ୍ରଣ କରାଯାଇ ନାହିଁ । ଦିଲ୍ଲୀରେ ଥିବା ଶରଦଙ୍କ ବାସଭବନରେ ଏହି ବୈଠକ ହେବ । ତେବେ ଏହି ବୈଠକରେ ବିଜେଡ଼ି ସାମିଲ ନହେବାର ସମ୍ଭାବନା ରହିଛି ।
୨୦୨୪ ସାଧାରଣ ନିର୍ବାଚନରେ ମୋଦୀଙ୍କୁ ଟକ୍କର ଦେବାପାଇଁ ଜଣେ ମିଳିତ ପ୍ରାର୍ଥୀଙ୍କୁ ବାଛିବା ସଂପର୍କରେ ଏହି ବୈଠକରେ ଆଲୋଚନା ହୋଇପାରେ। ୟୁପିରେ ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପିର ବିକଳ୍ପ ସୃଷ୍ଟି ପାଇଁ କସରତ ହୋଇପାରେ। ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ପାୱାରଙ୍କୁ ଆଜି ଭେଟିବା ପରେ ବିରୋଧୀଙ୍କ ବୈଠକ ଖବର ପଦାକୁ ଆସିଛି । ତେବେ ବିଜେପି ବିରୋଧରେ ତୃତୀୟ ସାମ୍ମୁଖ୍ୟ ଗଠନ ନିଷ୍ଫଳ ଉଦ୍ୟମ ବୋଲି ସେ କହିଛନ୍ତି । ପାୱାରଙ୍କ ନେତୃତ୍ବରେ ହେଉଥିବା ବୈଠକରେ ସେ ଯୋଗଦେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/sharad-pawar.jpg)