ଶରଦ ପାୱାରଙ୍କୁ ‘ମହାରାଷ୍ଟ୍ରର କରୋନା’ କହିଲେ ବିଜେପି ବିଧାୟକ

ମୁମ୍ବାଇ: ମହାରାଷ୍ଟ୍ର ବିଧାନ ପରିଷଦର ସଦସ୍ୟ ଗୋପୀଚାନ୍ଦ ପଦଲକର ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ମହାରାଷ୍ଟ୍ରର କରୋନା କହିଛନ୍ତି। ବିଜେପି ବିଧାୟକ ପଦଲକର କହିଥିଲେ ଯେ, ଶରଦ ପାୱାର ଜଣେ କରୋନା ଯିଏ କି ମହାରାଷ୍ଟ୍ରକୁ ସଂକ୍ରମିତ କରିଛନ୍ତି। ଶରଦଙ୍କ ବିରୋଧରେ ବିଜେପି ବିଧାୟକ ଏଭଳି ବିବାଦୀୟ ମନ୍ତବ୍ୟ ଦେବା ପରେ ତାହାର କଡ଼ା ସମାଲୋଚନା କରିଛନ୍ତି ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର। ଶରଦ ପାୱାରଙ୍କ ପୁତୁରା ଅଜିତ୍ କହିଛନ୍ତି, ପ୍ରତ୍ୟେକ ବ୍ୟକ୍ତି କିଛି କହିବା ପୂର୍ବରୁ ତାଙ୍କ ନିଜ ‌ଓଜନକୁ ଦେଖିବା ଉଚିତ। ପ୍ରତ୍ୟେକ ଲୋକ ପ୍ରତ୍ୟେକଙ୍କୁ ସମ୍ମାନ ଦେବା ଆବଶ୍ୟକ। ଏହା ଆମର ସଂସ୍କୃତି ବୋଲି ସେ କହିଛନ୍ତି। ଅଜିତ କହିଛନ୍ତି, ଶରଦ ପାୱାରଙ୍କୁ ସମସ୍ତେ ସମ୍ମାନ କରନ୍ତି। ତେବେ ବିଶିଷ୍ଟ ବ୍ୟକ୍ତିଙ୍କ ବିରୋଧରେ ମନ୍ତବ୍ୟ ଦେଇ କିଛି ଶସ୍ତା ଲୋକ ପ୍ରସିଦ୍ଧି ଲାଭ କରିବା ଲାଗି ଚିନ୍ତା କରିଥାନ୍ତି ବୋଲି ଅଜିତ ଏହି ପରିପ୍ରେକ୍ଷୀରେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର