ମୋଦୀଙ୍କୁ ଭେଟି ଇଡି ବିରୋଧରେ ଅଭିଯୋଗ କଲେ ପାୱାର

ନୂଆଦିଲ୍ଲୀ: ସଞ୍ଜୟ ରାଉତଙ୍କ ପତ୍ନୀଙ୍କ ସମ୍ପତ୍ତି ଜବତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଏନସିପି ମୁଖ୍ୟ ଶରଦ ପାୱାର। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନ ଅନ୍ୟାୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କହିଲେ ଶରଦ ପାୱାର। ସଂସଦରେ ଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଳୟରେ ମୋଦୀଙ୍କୁ ଭେଟି ବାହାରକୁ ଆସିବା ପରେ ସାକ୍ଷାତକାରର କାରଣ କହିଛନ୍ତି ପାୱାର।

ସେ କହିଛନ୍ତି ଯେ, “ମୁଁ ରାଜ୍ୟସଭା ସଦସ୍ୟ ସଞ୍ଜୟ ରାଉତଙ୍କ ସହ ଜଡିତ ମାମଲା ବିଷୟରେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲି। ମୁଁ ତାଙ୍କୁ କହିଲି ଯେ ରାଉତଙ୍କ ସମ୍ପତ୍ତି ଯେପରି ଭାବେ ଜବତ କରାଯାଇଛି ତାହା ହେଉଛି ଅନ୍ୟାୟ। ମୁଁ ପ୍ରଧାନମନ୍ତ୍ରୀଙ୍କୁ କହିଛି ଯେ ସଞ୍ଜୟ ରାଉତ କେବଳ ରାଜ୍ୟସଭା ସଦସ୍ୟ ସଦସ୍ୟ ନୁହଁନ୍ତି, ଜଣେ ସାମ୍ବାଦିକ ମଧ୍ୟ। ଏଭଳି ଭାବେ ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଉଚିତ ନଥିଲା।

ତେବେ ଗତକାଲି ଶିବସେନା ନେତା ସଞ୍ଜୟ ରାଉତଙ୍କ ପତ୍ନୀଙ୍କ କୋଟି କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରିଥିଲା ଇଡି। ପାତ୍ର ଚୌଲ ଜମି ଘୋଟାଲା ସହ ଜଡିତ ମାମଲାରେ ଇଡି ୧୧କୋଟି ମୂଲ୍ୟର ସମ୍ପତ୍ତି ଜବତ କରିଥିବା ବେଳେ ଏଥିମଧ୍ୟରୁ ୯କୋଟି ମୂଲ୍ୟର ସମ୍ପତ୍ତି ସଞ୍ଜୟ ରାଉତଙ୍କ ବନ୍ଧୁ ପ୍ରବୀଣ ରାଉତଙ୍କର ବୋଲି ଜଣାପଡ଼ିଥିଲା। ଏଥି ସହିତ, ୨ କୋଟିର ସମ୍ପତ୍ତି ସଞ୍ଜୟ ରାଉତଙ୍କ ପତ୍ନୀଙ୍କର ବୋଲି କହିଥିଲା ଇଡି। ଏଥିରେ ଅଲିବାଗରେ ଥିବା ପ୍ଲଟ ଏବଂ ଦାଦରରେ ଥିବା ଫ୍ଲାଟ ଅନ୍ତର୍ଭୁକ୍ତ।

ସମ୍ବନ୍ଧିତ ଖବର