ମୁମ୍ବାଇ: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋସୟାରୀ ଏନସିପି ସଭାପତି ଶରଦ ପାୱାରଙ୍କୁ ପ୍ରଶଂସା କରିଛନ୍ତି। କୃଷି କ୍ଷେତ୍ରକୁ ତାଙ୍କର ଥିବା ଅବଦାନ ପାଇଁ ସେ ଏହି ପ୍ରଶଂସା କରିଛନ୍ତି। ମହାତ୍ମା ଫୁଲେ କୃଷି ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ର ସମାରୋହରେ କୋସୟାରୀ ତାଙ୍କୁ ସମ୍ମାନଜନକ ଡିଏସ୍ସି ଡିଗ୍ରି ପ୍ରଦାନ କରିଛନ୍ତି। ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡକରୀଙ୍କୁ ମଧ୍ୟ ସମ୍ମାନଜନକ ଡିଏସ୍ସି ଡିଗ୍ରି ପ୍ରଦାନ କରାଯାଇଛି। ତେବେ ରାଜ୍ୟପାଳଙ୍କ ସହ ଥିବା ମତଭେଦକୁ ଦୃଷ୍ଟିରେ ରଖି ସେ ଏହି ନିମନ୍ତ୍ରଣ ଗ୍ରହଣ କରିବେ କି ନାହିଁ ତାହା ଉପରେ ପୂର୍ବରୁ ରାଜନୀତିକ ମହଲରେ ଚର୍ଚ୍ଚା ଜୋର ଧରିଥିଲା। ପାୱାର କୃଷି ଏବଂ ସମବାୟ କ୍ଷେତ୍ରରେ ଜଣେ ଅଗ୍ରଣୀ ବିଶେଷଜ୍ଞ। କୋସୟାରୀ ତାଙ୍କ ସଂକ୍ଷିପ୍ତ ସମ୍ବୋଧନରେ କହିଥିଲେ ଯେ ଉଭୟ ପାୱାର ଏବଂ ଗଡକରୀଙ୍କ ଅବଦାନ ସମସ୍ତ ଡିଗ୍ରି ଏବଂ ପୁରସ୍କାର ଊର୍ଦ୍ଧ୍ବରେ। ବିଶ୍ୱବିଦ୍ୟାଳୟଗୁଡ଼ିକ ପାଠ୍ୟକ୍ରମ ପ୍ରସ୍ତୁତ କରିବା ସମୟରେ ସେମାନଙ୍କଠାରୁ ମାର୍ଗଦର୍ଶନ ଗ୍ରହଣ କରିବା ଉଚିତ୍।
ଶରଦ ପାୱାରଙ୍କୁ ମହାରାଷ୍ଟ୍ର ରାଜ୍ୟପାଳଙ୍କ ପ୍ରଶଂସା
/sambad/media/post_attachments/wp-content/uploads/2019/11/sarad-pawar-3af-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)