ନୂଆଦିଲ୍ଲୀ: ବଲିଉଡକୁ ମୁସଲିମଙ୍କ ଯୋଗଦାନ ଅଧିକ, ସେମାନଙ୍କୁ ଅଣଦେଖା କରାଯାଇପାରିବ ନାହିଁ। ଏନସିପି ମୁଖ୍ୟ ଶରଦ ପାୱାର ଏବେ ଏଭଳି ବୟାନ ଦେଇଛନ୍ତି। ସେ ଦାବି କରିଛନ୍ତି ଯେ, ବଲିଉଡରେ ମୁସଲମାନ ସମ୍ପ୍ରଦାୟର ସବୁଠାରୁ ବଡ ଅବଦାନ ରହିଛି ଏବଂ ଏହାକୁ ଅଣଦେଖା କରାଯାଇପାରିବ ନାହିଁ।

Advertisment

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶରଦ ପାୱାର କହିଛନ୍ତି ଯେ, ଦେଶର ସମସ୍ତ କ୍ଷେତ୍ରରେ ସଂଖ୍ୟାଲଘୁ ଏବଂ ଉର୍ଦ୍ଦୁ ଭାଷାର ଯୋଗଦାନ ରହିଛି। ଆଜି ସମସ୍ତ କ୍ଷେତ୍ର ଯେମିତିକି, କଳା କିମ୍ବା କବିତା ହେଉ, ସବୁଠାରୁ ବଡ ଅବଦାନ ସଂଖ୍ୟାଲଘୁ ସମ୍ପ୍ରଦାୟର ଏବଂ ଉର୍ଦ୍ଦୁ ଭାଷାର ରହିଛି। ବଲିଉଡକୁ ଶୀର୍ଷକୁ ନେବାରେ ମଧ୍ୟ ମୁସଲମାନ ସଂଖ୍ୟାଲଘୁମାନଙ୍କ ସର୍ବାଧିକ ଅବଦାନ ରହିଛି। ଏହାକୁ ଅଣଦେଖା କରାଯାଇପାରିବ ନାହିଁ।

ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପାୱାର କହିଛନ୍ତି, ମୁସଲମାନ ସମ୍ପ୍ରଦାୟର ସଦସ୍ୟମାନେ ଅନୁଭବ କରୁଛନ୍ତି ଯେ ଦେଶର ଏତେ ବଡ ଅଂଶ ହୋଇଥିଲେ ମଧ୍ୟ ସେମାନଙ୍କୁ ଉଚିତ ସମ୍ମାନ ମିଳୁନି। ଏହା ଉପରେ ଆଲୋଚନା ହେବା ଆବଶ୍ୟକ ଯେ ସେମାନଙ୍କୁ ସମ୍ମାନ କିପରି ମିଳିବ।  ସରକାରୀ ନିଯୁକ୍ତି ପରୀକ୍ଷାରେ ଉର୍ଦ୍ଦୁ ଭାଷା ବ୍ୟବହାର କରିବାକୁ ଦାବି କରୁଥିବା ଜଣେ ପୁରାତନ ବକ୍ତାଙ୍କୁ ଉତ୍ତର ଦେଇ ପାୱାର ଏହି ଭାଷାକୁ ପ୍ରଶଂସା କରିବା ସହ ଅନେକ ଲୋକ ବହୁ ବର୍ଷ ଧରି ଏହା ସହ ଜଡିତ ଥିବା କହିଛନ୍ତି। ସେ କହିଛନ୍ତି, ଆମକୁ ଉର୍ଦ୍ଦୁ ବିଦ୍ୟାଳୟ ଏବଂ ଶିକ୍ଷା ବିଷୟରେ ଚିନ୍ତା କରିବା ଉଚିତ୍।