ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ନ ଲଢିବା ନେଇ ଆଗରୁ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନ୍ସିପି) ମୁଖ୍ୟ ଶରଦ ପାଓ୍ଵାର୍ ଘୋଷଣା କରିଥିଲେ। କିନ୍ତୁ ଏବେ ସେ ନିଜର ଘୋଷଣା ରେ ୟୁ ଟର୍ଣ୍ଣ ନେଇଛନ୍ତି। ଶରଦ୍ ପାଓ୍ଵାର ଆଗାମୀ ଲୋକସଭା ନିର୍ବାଚନରେ ସୋଲାପୁରରେ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି।ଶରଦ ପାଓ୍ଵାର୍ କହିଛନ୍ତି ଯେ ତାଙ୍କ ପାର୍ଟିର କାର୍ଯ୍ୟକର୍ତ୍ତାମାନେ ଚାହୁଁଛନ୍ତି ଯେ ସେ ସୋଲାପୁର ଜିଲ୍ଲାର ମାଢା ଆସନରୁ ଲୋକସଭା ନିର୍ବାଚନ ଲଢନ୍ତୁ। ଶରଦ୍ ପାଓ୍ଵାର କହିଛନ୍ତି ଯେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିିତା କରିବା ଲାଗି ତାଙ୍କର ଆଗ୍ରହ ନଥିଲା,ମାତ୍ର ଲୋକଙ୍କ ଚାପରେ ପୁଣି ଥରେ ନିର୍ବାଚନ ଲଢିବାକୁ ସ୍ଥିର କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏନସିପିର ସାଂସଦ ବିଜୟସିଂହ ପାଟିଲ୍ ତାଙ୍କୁ ଏଥିପାଇଁ ବିଶେଷଭାବେ ଉତ୍ସାହିତ କରିଛନ୍ତି। ବିଜୟ ସିଂହ ଏବେ ମାଢାର ଲୋକସଭା ସଦସ୍ୟ ଅଛନ୍ତି। ଏବେ ଶରଦ ପାଓ୍ଵାର୍ ରାଜ୍ୟସଭା ସଦସ୍ୟ ଅଛନ୍ତି। ଶରଦ୍ ପାଓ୍ଵାର୍ କହିଛନ୍ତି ତାଙ୍କ ଦଳ ମହାରାଷ୍ଟ୍ରରେ ଏଥର ୧୦ରୁ ଅଧିକ ଆସନ ଜିତିବାର ଲକ୍ଷ୍ୟ ରଖିଛି।
ୟୁ ଟର୍ଣ୍ଣ ନେଲେ ଏନ୍ସିପି ମୁଖ୍ୟ ଶରଦ ପାଓ୍ଵାର୍
/sambad/media/post_attachments/wp-content/uploads/2019/02/sharad-pawar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)