ନୂଆଦିଲ୍ଲୀ: ମହାରାଷ୍ଟ୍ର ଏବଂ ସମଗ୍ର ଦେଶରେ ଜଣେ ବରିଷ୍ଠ ଏବଂ ଟାଣୁଆ ନେତା ଶରଦ ପାୱାରଙ୍କ ପାଇଁ ଚଳିତ ମହାରାଷ୍ଟ୍ର ନିର୍ବାଚନ ପରାଜୟ ହେଉଛି ଏକ ବ୍ୟକ୍ତିଗତ ପରାଜୟ। ୨୦୨୬ରେ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେବାପରେ ପାୱାର ସକ୍ରିୟ ରାଜନୀତି ଛାଡ଼ି ଦେବେ ବୋଲି ନିକଟରେ ସଙ୍କେତ ଦେଇ ସାରିଛନ୍ତି। ତେବେ ନିଜର ଦୀର୍ଘ ରାଜନୈତିକ କ୍ୟାରିୟର ମଧ୍ୟରେ ଶରଦ ପାୱାର ଏଭଳି କ୍ଷତି କେବେ ସହିନଥିଲେ। ଶରଦ ପାୱାରଙ୍କ ଏନ୍‌ସିପି  ଚଳିତ ନିର୍ବାଚନରେ ସବୁଠାରୁ ଖରାପ ପ୍ରଦର୍ଶନ କରିଛି। ୨୮୮ ଆସନରୁ ଏନ୍‌ସିପି (ଏସ୍‌ସି) ୮୭ ଆସନରେ ଲଢ଼ିଥିବା ବେଳେ ମାତ୍ର ୧୦ଟି ଆସନରେ ବିଜୟୀ/ଅଗ୍ରଣୀ ରହିଛି।

ପାୱାରଙ୍କ ପାଇଁ ବ୍ୟକ୍ତିଗତ ପରାଜୟ
‘ବାସ୍ତବ ସେନା’ ଲଢ଼େଇରେ ହାରିଗଲେ ଉଦ୍ଧବ

Advertisment

ଏହା ଶରଦ ପାୱାରଙ୍କ ଦଳ ପାଇଁ  ସବୁଠାରୁ ବଡ଼ କ୍ଷତି। ଖାଲି ଦଳ ପାଇଁ ନୁହେଁ ବରଂ ଏହା ଶରଦ ପାୱାରଙ୍କ ପାଇଁ ଏକ ବ୍ୟକ୍ତିଗତ କ୍ଷତି। କାରଣ ଯଦି ପାୱାର ସକ୍ରିୟ ରାଜନୀତିରୁ ଅବସର ନିଅନ୍ତି ତେବେ ତାଙ୍କ ରାଜନୈତିକ କ୍ୟାରିୟରର ଶେଷ ସମୟରେ ଦଳକୁ ବିପର୍ଯ୍ୟୟ ସାମ୍ନା କରିବାକୁ ପଡ଼ିଲା। ଆଉ ଏକ ଜଟିଳ ବ୍ୟାପାର ହେଉଛି ଅଜିତ ପାୱାରଙ୍କ ଏନ୍‌ସିପି  ପକ୍ଷରୁ ତାଙ୍କ ଦଳ ୩୧ ଆସନ ପଛରେ ରହିଛି। ଦୀର୍ଘ ୬ ଦଶନ୍ଧି ଧରି ରାଜନୀତିରେ ସକ୍ରିୟ ଥିବା ଶରଦ ପାୱାର ୪ ଥର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହୋଇଛନ୍ତି।   ଚଳିତ ବିଧାନସଭା ନିର୍ବାଚନ ଫଳ ଶରଦ ପାୱାରଙ୍କ ପାଇଁ  ବହୁତ ବଡ଼ ବିପର୍ଯ୍ୟୟ ଆଣିଛି। ଅନ୍ୟପକ୍ଷେ ମହାରାଷ୍ଟ୍ରରେ ଯେଉଁ ‘ବାସ୍ତବ ସେନା ’ ଲଢ଼େଇ ଚାଲିଥିଲା ସେହି ଲଢ଼େଇରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ହାରି ଯାଇଛନ୍ତି।   ଗତ ୩ ବର୍ଷ ମଧ୍ୟରେ ଠାକରେ କେବଳ କ୍ଷମତା ହରାଇନାହାନ୍ତି ବରଂ ତାଙ୍କ ପିତା ବାଲାସାହେବ ଠାକ୍‌ରେଙ୍କ ଲିଗାସିକୁ ମଧ୍ୟ ହରାଇ ଦେଇଛନ୍ତି।