କେଦାରନାଥରେ ମୋଦୀଙ୍କୁ ଧ୍ୟାନ କରିବା ଦେଖି ପ୍ରଶ୍ନ କଲେ ଶରଦ ଯାଦବ, କହିଲେ; ଲୋକସଭାକୁ କୀର୍ତ୍ତନ ସଭା କରିବାକୁ ଚାହୁଁଛ କି?

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ୨୦୧୯ର ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଉତ୍ତରାଖଣ୍ଡରେ କେଦାରନାଥ ଧାମ ପହଞ୍ଚିଥିଲେ। ସେଠାରେ ପହଞ୍ଚି ସେ କେଦାରନାଥ ମନ୍ଦିରରେ ପୂଜା-ଅର୍ଚ୍ଚନା କରିଥିଲେ। ଏହାପରେ ନରେନ୍ଦ୍ର ମୋଦୀ ପାଦରେ ପାହାଡ ଚଢ଼ି ସାଧନା ପାଇଁ ରୁଦ୍ରା ଗୁମ୍ଫାରେ ପହଞ୍ଚିଥିଲେ। ରବିବାର ସକାଳ ପର୍ଯ୍ୟନ୍ତ ଏହି ଗୁମ୍ଫାରେ ସେ ଧ୍ୟାନ କରିଥିଲେ । ତେବେ ମୋଦୀଜୀ ସେଠାରୁ ଧ୍ୟାନ କରି ଫେରି ଆସିଥିଲେ ମଧ୍ୟ ବିପକ୍ଷ ଦଳ କଟାକ୍ଷ କରିବା ବନ୍ଦ କରି ନାହିଁ ।

oneindia.com

ମୋଦୀଙ୍କ ଧ୍ୟାନ କରିବା ଖବର ଆସିବା ପରେ ବିପକ୍ଷ ଦଳ ମୋଦୀ ନିର୍ବାଚନର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ନେଇ ଅଭିଯୋଗ ଆଣିଥିଲା । ଏବେ ଲୋକତାନ୍ତ୍ରିକ ଜନତା ଦଳର ପ୍ରମୁଖ ଏବଂ ଦିଗ୍ଗଜ ରାଜନେତା ଶରଦ ଯାଦବ ମୋଦୀଙ୍କୁ କଟାକ୍ଷ କରିଛନ୍ତି । ମୋଦୀ ନିଜର ଏହି ଯାତ୍ରା କରି ଏବଂ ଧ୍ୟାନ କରି ଲୋକମାନଙ୍କୁ କ’ଣ ସଙ୍କେତ ଦେବାକୁ ଚାହୁଁଛନ୍ତି? କ’ଣ ସେ ଲୋକସଭାକୁ କୀର୍ତ୍ତନସଭା କରିବାକୁ ଚାହୁଁଛନ୍ତି? ବୋଲି କହିଛନ୍ତି ଶରଦ ଯାଦବ । ତାଙ୍କର ଏଭଳି ବୟାନ ଏବେ ଅନେକଙ୍କୁ ଚର୍ଚ୍ଚାର ଖୋରାକ ଯୋଗାଇଛି ।

ସମ୍ବନ୍ଧିତ ଖବର