ନୂଆଦିଲ୍ଲୀ : ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ ଯାଦବଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ମଧ୍ୟପ୍ରଦେଶର ନର୍ମଦାପୁରମ ଜିଲ୍ଲା ଅଧୀନସ୍ଥ ପୈତୃକ ଗ୍ରାମରେ ଯାଦବଙ୍କ ଶେଷ ସଂସ୍କାର ସମ୍ପନ୍ନ ହେବ ବୋଲି ତାଙ୍କର ଘନିଷ୍ଠ ସହଯୋଗୀଙ୍କ ସୂତ୍ରରୁ ଜଣାପଡ଼ିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯାଦବଙ୍କର ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲ୍ରେ ଗତକାଲି ୭୫ ବର୍ଷ ବୟସରେ ପରଲୋକ ଘଟିଥିଲା।
ଶନିବାର ସକାଳ ୧୧ଟାରେ ଯାଦବଙ୍କ ପାର୍ଥିବ ଶରୀରକୁ ଚାର୍ଟାଡ ବିମାନ ଯୋଗେ ଦିଲ୍ଲୀରୁ ମଧ୍ୟପ୍ରଦେଶ ନିଆଯିବ। ଏହାପରେ ଅଙ୍ଖମଉ ସ୍ଥିତ ପୈତୃକ ଗ୍ରାମରେ ଅପରାହ୍ନ ୧.୩୦ରେ ଶେଷ ସଂସ୍କାର ସମ୍ପନ୍ନ ହେବ। ଶରଦ ଯାଦବଙ୍କ ଦୀର୍ଘ ରାଜନୈତିକ ଯାତ୍ରା ମଧ୍ୟରେ ସେ ୭ ଥର ଲୋକସଭା ନିର୍ବାଚନ ଜିତିଛନ୍ତି। ୪ ଥର ସେ ରାଜ୍ୟସଭା ସାଂସଦ ଥିଲେ।