ଶାରଦା ଚିଟ୍‌ଫଣ୍ଡ ମାମଲା : ୨ ଟିଏମ୍‌ସି ନେତାଙ୍କୁ ଇଡି ନୋଟିସ୍‌

କୋଲକାତା : ବହୁଚର୍ଚ୍ଚିତ ଶାରଦା ଚିଟ୍‌ଫଣ୍ଡ ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅତି ନିକଟତମ ଚିତ୍ରକର ଶୁଭପ୍ରସନ୍ନଙ୍କୁ ନୋଟିସ୍‌ ପଠାଇଛି। ଆସନ୍ତା ୧୫ ତାରିଖରେ ସଲ୍ଟଲେକ୍‌ର ସିଜିଓ କମ୍ପ୍ଲେକ୍ସସ୍ଥିତ ଇଡିର ମୁଖ୍ୟ କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି। ଏହି ମାମଲାରେ ତୃଣମୂଳ ନେତା ସମୀର ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଇଡି ନୋଟିସ୍‌ ପଠାଇଛି।

ସମ୍ବନ୍ଧିତ ଖବର