ଗ୍ରେଟର ନୋଏଡା: ଗୋଟିଏ ପଟେ ଲୋକଙ୍କ ମଧ୍ୟରେ କରୋନା ସଂକ୍ରମଣକୁ ନେଇ ଭୟ ରହିଥିବା ବେଳେ ଗ୍ରେଟର ନୋଏଡାର ଜଣେ ସର୍ଜନ ରୋଗୀର ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ବିପଦରେ ପକାଇବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଶାରଦା ବିଶ୍ୱବିଦ୍ୟାଳୟର ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ସ୍କୁଲରେ ଥିବା ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ବିକ୍ରମ ସିଂ ଚୌହାନ ଜରୁରୀକାଳୀନ ସେବା ଆବଶ୍ୟକ କରୁଥିବା ରୋଗୀଙ୍କ ଅସ୍ତ୍ରୋପଚାର କରି କରୋନା ସଂକ୍ରମିତ ହୋଇଥିଲେ ବୋଲି ଜଣା ପଡ଼ିଛି। ଦୁର୍ଘଟଣାଗ୍ରସ୍ତ ହୋଇଥିବା ଯୁବକଙ୍କ ଜୀବନ ବଞ୍ଚାଇବା ପାଇଁ ତୁରନ୍ତ ସର୍ଜରୀ କରିବାର ଆବଶ୍ୟକ ଥିଲା। ମଧ୍ୟରାତ୍ରରେ ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ବିକ୍ରମ ସିଂ ପିପିଇ କିଟ୍ ପିନ୍ଧିବାରେ ସମୟ ନଷ୍ଟ ନକରି ତୁରନ୍ତ ସର୍ଜରୀ ଆରମ୍ଭ କରିଥିଲେ। କିନ୍ତୁ ତାଙ୍କୁ ଜଣା ନଥିଲା, ଏଭଳି କରି ସେ ନିଜର ଜୀବନକୁ ବିପଦକୁ ‌ଠେଲି ଦେଉଛନ୍ତି।

Advertisment

The open sesame policy & Karnataka's Corona challenge- The New ... New Indian Express

ସର୍ଜରୀ ପରେ ସେ କରୋନା ଆକ୍ରାନ୍ତ ହେବା ସହ ଘରେ ଥିବା ତାଙ୍କ ଗର୍ଭବତୀ ପତ୍ନୀ ଓ ସାତ ବର୍ଷର ପୁଅ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ । ଏବେ ୩ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ଜନ୍ମ ହୋଇଥିବା ନବଜାତ ଏବେ ନିଜ ମାତା-ପିତାଙ୍କ ପ୍ରଥମ ଝଲକ ଦେଖିବା ପାଇଁ ଅନାଇ ବସିଛି। କେବେ ପିତାମାତା ବାହାରକୁ ଆସି ସୁସ୍ଥ ହୋଇ ତାକୁ ଘରକୁ ନେଇଯିବେ, ସେହି ଦିନକୁ ଅପେକ୍ଷା କରିଛି ନବଜାତ |

ସୂଚନା ମୁତାବକ, ନଲେଜ୍ ପାର୍କରେ ଅବସ୍ଥିତ ଶାରଦା ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ସ୍କୁଲରେ ସର୍ଜରୀ ବିଭାଗ ଦାୟିତ୍ୱରେ ଥିବା ଡାକ୍ତର ବିକ୍ରମ ସିଂ ଚୌହାନ ଏଠାରେ ମେଡିକାଲ କଲେଜ ପରିସରରେ ରୁହନ୍ତି। ପ୍ରାୟ ୧୦ଦିନ ପୂର୍ବରୁ ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ଡାକ୍ତରଖାନାକୁ ଅଣାଯାଇଥିଲା। ଏ ନେଇ ସୂଚନା ପାଇବା ପରେ ସେ ପିପିଏ କିଟ୍ ପିନ୍ଧିବାକୁ ଅପେକ୍ଷା କରିନଥିଲେ ଏବଂ ରୋଗୀର ଜୀବନ ବଞ୍ଚାଇବା ପାଇଁ ତାଙ୍କର ଅସ୍ତ୍ରୋପଚାର କରିଥିଲେ। ହଷ୍ଟେଲରେ ଉପସ୍ଥିତ ଜୁନିଅର ଡାକ୍ତରମାନେ ପିପିଏ କିଟ୍ ପିନ୍ଧି କିଛି ସମୟ ପରେ ପହଞ୍ଚିଥିଲେ ବୋଲି ଜଣା ପଡ଼ିଛି। ଏହା ପୂର୍ବରୁ ସେ ଅସ୍ତ୍ରୋପଚାରର ବ୍ୟବସ୍ଥା କରିଥିଲେ ଏବଂ ନିଜେ ଅସ୍ତ୍ରୋପଚାର କରି ରୋଗୀର ଜୀବନ ରକ୍ଷା କରିଥିଲେ। ପରେ, ଯେତେବେଳେ ରୋଗୀର କ‌ରୋନା ପରୀକ୍ଷା ରିପୋର୍ଟ ପଜେଟିଭ୍ ଆସିଥିଲା, ସେ ମଧ୍ୟ ତାଙ୍କର ପରୀକ୍ଷା କରାଇଥିଲେ, ଯାହା ପରେ ତାଙ୍କ ରିପୋର୍ଟ ପଜେଟିଭ୍ ଆସିଥିଲା। ରୋଗୀଙ୍କୁ ବଞ୍ଚାଇବାକୁ ଡାକ୍ତର ବିକ୍ରମ ନିଜେ କରୋନାରେ ସଂକ୍ରମିତ ହୋଇଥିଲେ।