ପାଟନା: ବିହାରର ପ୍ରସିଦ୍ଧ ଲୋକ ଗାୟିକା ଶାରଦା ସିହ୍ନାଙ୍କ ନଭେମ୍ବର ୫ତାରିଖରେ ଦେହାନ୍ତ ହୋଇଛି। ଗତ ସୋମବାର ଶାରଦା ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଚିକିତ୍ସା ପାଇଁ ଭେଣ୍ଟିଲେଟରରେ ରଖାଯାଇଥିଲା। ମଙ୍ଗବଳାର ସେ ହସ୍ପିଟାଲ‌ରେ ହିଁ ଶେଷନିଶ୍ବାସ ତ୍ୟାଗ କରିଥି‌ଲେ।

Advertisment

ଶାରଦା ୟୁଟ୍ୟୁବ ଚାନେଲରେ ତାଙ୍କ ଶେଷ ଭିଡିଓ ପୋଷ୍ଟ କରିଥିଲେ।  ଏହି ଭିଡିଓ ଶାରଦାଙ୍କ ମୃତ୍ୟୁର କିଛି ସମୟ ପୂର୍ବର ବୋଲି କୁହାଯାଉଛି। ଏଥିରେ ଦେଖିବାକୁ ମିଳୁଛି ହସ୍ପିଟାଲ ବିଛଣାରେ ଜୀବନ ଓ ମୃତ୍ୟୁ ସହ ଲଢ଼ୁଥିବା ବେଳେ ସେ ଗାଇବା ଅଭ୍ୟାସ ଜାରି ରଖିଛନ୍ତି।

ଏହି ସମୟରେ ସେ ଅକ୍ସିଜେନ ସପୋର୍ଟରେ ଥିବା ବି ଦେଖିବାକୁ ମିଳୁଛି। ତାଙ୍କ ନାକରେ ଅକ୍ସିଜେନ ପାଇପ ଖଞ୍ଜା ଯାଇଛି। 

ସୋସିଆଲ ମିଡିଆରେ ଶାରଦାଙ୍କ ଗୋଟିଏ ମିନିଟ ତିନିସେକେଣ୍ଡର ଏହି ଭିଡିଓକୁ ଦେଖି ଲୋକ ଭାବବିହ୍ବୋଳ ହୋଇଯାଇଛନ୍ତି। ଶାରଦା ସିହ୍ନାଙ୍କ ସ୍ବାମୀଙ୍କ ନିକଟରେ ବ୍ରେନ ହାମରେଜ ହୋଇ ମୃତ୍ୟୁ ହୋଇଥିଲା। ଏହାପର ଠାରୁ ଶାରଦାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାକୁ ଲାଗିଥିଲା। କିଛିଦିନ ତଳେ ଶାରଦା କର୍କଟ ପୀଡ଼ିତ ବି ଚିହ୍ନଟ ହୋଇଥିଲେ। ଶାରଦାଙ୍କ ଦୁଇଜଣ ସନ୍ତାନ ଅଛନ୍ତି। ପୁଅଙ୍କ ନାମ ଅଂଶୁମାନ ସିହ୍ନା ଓ ଝିଅର ନାମ ବନ୍ଦନା ସିହ୍ନା ରହିଛି।

ଅକ୍ଟୋବର ୨୧ରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଛଟ ପର୍ବର ପ୍ରଥମ ଦିନରେ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଏହାପରେ ତାଙ୍କ ମୃତଶରୀରକୁ  ପାଟନା ଅଣାଯାଇଥିଲା। ଗୁରୁବାର ପାଟନାର ଗୁଲାବି ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।