ଇସଲାମାବାଦ୍: ଦୁର୍ନୀତି ମାମଲାରେ ଏବେ ରାଓ୍ଵଲ୍ପିଣ୍ଡିର ଆଦିଆଲା ଜେଲ୍ରେ ୧୦ ବର୍ଷ ଜେଲ୍ଦଣ୍ଡ ଭୋଗୁଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ସରିଫ୍ ହୃଦ୍ ଏବଂ କିଡ୍ନି ସଂକ୍ରାନ୍ତ ସମସ୍ୟାରେ ପୀଡ଼ିତ ବୋଲି ଜଣାପଡ଼ିଛି। ଖୁବ୍ ଶୀଘ୍ର ସରିଫ୍ ଚିକିତ୍ସାଳୟରେ ଭର୍ତ୍ତି ହେବେ। ସୂଚନାନୁଯାୟୀ ସରିଫ୍ ଗତ ରବିବାର ରାତିରେ ଜେଲ୍ରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ତାଙ୍କର ରକ୍ତଚାପ ହଠାତ୍ ବଢ଼ିଯାଇଥିଲା। ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ସରିଫ୍ଙ୍କ ଚିକିତ୍ସା କରି ଜାଣି ପାରିଛନ୍ତି ସେ ହୃଦ୍ ଏବଂ କିଡ୍ନି ସଂକ୍ରାନ୍ତ ସମସ୍ୟାରେ ପୀଡ଼ିତ। ସରିଫ୍ଙ୍କ ଶରୀରରେ ଜଳସ୍ତର ଅତିମାତ୍ରାରେ କମିଯାଇଛି। ତାଙ୍କ ରକ୍ତରେ ୟୁରିଆ ସ୍ତର ମଧ୍ୟ ଅତ୍ୟଧିକ ବଢ଼ିଯାଇଛି। ଏହାଦ୍ୱାରା କିଡ୍ନି ଅଚଳ ହୋଇଯିବାର ଆଶଙ୍କା ରହିଛି ବୋଲି ଡାକ୍ତର କହିଛନ୍ତି। ସରିଫ୍ଙ୍କର ଚିକିତ୍ସା ପାଇଁ ଜେଲ୍ରେ ଆବଶ୍ୟକୀୟ ସୁବିଧା ନ ଥିବାରୁ ତାଙ୍କୁ ଖୁବ୍ ଶୀଘ୍ର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯିବ।
ବିଗୁଡୁଛି ସରିଫ୍ଙ୍କ ସ୍ୱାସ୍ଥ୍ୟାବସ୍ଥା
/sambad/media/post_attachments/wp-content/uploads/2018/07/nawaz-sharif2-1532234511.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)