ଜାତିସଂଘରେ କାଶ୍ମୀର ପ୍ରସଙ୍ଗ ଉଠାଇଲେ ସରିଫ୍‌

ନ୍ୟୁୟର୍କ : ପାକିସ୍ତାନ ଆଜି ପୁଣି ଥରେ ଜାତିସଂଘରେ କାଶ୍ମୀର ପ୍ରସଙ୍ଗ ଉଠାଇଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ ଜାତିସଂଘ ସାଧାରଣ ପରିଷଦରେ ଉଦ୍‌ବୋଧନ ଦେଇ କାଶ୍ମୀର ସମସ୍ୟାର ସମାଧାନ ଦିଗରେ ଭାରତ ସକରାତ୍ମକ ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି କହିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ସମସ୍ତ ପଡ଼ୋଶୀଙ୍କ ସହ ଶାନ୍ତି ଚାହେ। ଜମ୍ମୁ କାଶ୍ମୀର ବିବାଦର ନ୍ୟାୟସଂଗତ ଏବଂ ସ୍ଥାୟୀ ସମାଧାନ ଉପରେ ହିଁ ଦକ୍ଷିଣ ଏସିଆରେ ସ୍ଥାୟୀ ଶାନ୍ତି ନିର୍ଭର କରୁଛି। ସରିଫ କହିଛନ୍ତି, ୧୯୪୭ ପରଠାରୁ ଭାରତ-ପାକିସ୍ତାନ ମଧ୍ୟରେ ୩ ଥର ଯୁଦ୍ଧ ହୋଇଛି ଏବଂ ଏହାର ପରିଣାମ ସ୍ବରୂପ ଉଭୟ ଦେଶରେ କେବଳ ଦାରିଦ୍ରୢ ଓ ବେକାରୀ ବଢ଼ିଛି। ଶାନ୍ତିପୂର୍ଣ୍ଣ କଥାବାର୍ତ୍ତା ମାଧ୍ୟମରେ ଏବେ ସମସ୍ୟା ସମାଧାନ କରାଯିବା ଉପରେ ଭାରତ ପଦକ୍ଷେପ ନେବାକୁ ସେ ଗୁରୁତ୍ବାରୋପ କରିଛନ୍ତି।

ସମ୍ବନ୍ଧିତ ଖବର