ଅହମଦାବାଦ : ଅହମଦାବାଦ ବିମାନବନ୍ଦରରୁ ଉଡ଼ାଣ ଭରିବାର କିଛି ସମୟ ପରେ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଖବରକୁ ନେଇ ସମଗ୍ର ବିଶ୍ୱରେ ଶୋକର ଛାୟା ଖେଳିଯାଇଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏହି ଦୁର୍ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।
ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସେ କହିଛନ୍ତି, "ଆଜି ଅହମ୍ମଦାବାଦ ନିକଟରେ ହୋଇଥିବା ଏୟାର ଇଣ୍ଡିଆର ବିମାନର ଦୁଃଖଦ ଦୁର୍ଘଟଣାରେ ମୁଁ ଦୁଃଖିତ। ଏହି ବିଶାଳ କ୍ଷତିରେ ପୀଡିତ ପରିବାର ପ୍ରତି ଆମେ ସମବେଦନା ଜଣାଉଛୁ। ଏହି ହୃଦୟ ବିଦାରକ ଦୁର୍ଘଟଣାରେ ପ୍ରଭାବିତ ସମସ୍ତଙ୍କ ସହିତ ଆମର ସମବେଦନା ଏବଂ ପ୍ରାର୍ଥନା।"
ସେହିପରି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ଶେହବାଜଙ୍କ ଭାଇ ନଓ୍ବାଜ ସରିଫ ମଧ୍ୟ ଏହି ଦୁର୍ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି । ‘ଏକ୍ସ’ ରେ ସେ ଲେଖିଛନ୍ତି "ଅହମ୍ମଦାବାଦରେ ଘଟିଥିବା ଦୁଃଖଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୂଲ୍ୟବାନ ଜୀବନର ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା। ଏହି ବିନାଶକାରୀ କ୍ଷତି ସୀମା ପାର କରି ଆମକୁ ଆମର ସାଧାରଣ ମାନବିକତାର ସ୍ମରଣ କରାଇ ଦିଏ। ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାରତର ଜନସାଧାରଣଙ୍କ ପ୍ରତି ମୋର ଗଭୀର ସମବେଦନା।"