ଚିଦମ୍ବରମଙ୍କୁ ଘେରିଲେ ଶର୍ମିଷ୍ଠା ମୁଖାର୍ଜୀ : କଂଗ୍ରେସ କ’ଣ ଦୋକାନ ବନ୍ଦ କରିଦେବା ଉଚିତ?

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନରେ ଲଗାତାର ଦ୍ବିତୀୟ ବାର ‘ଶୂନ’ ପାଇଥିବା କଂଗ୍ରେସରେ ଏବେ ଆଭ୍ୟନ୍ତରୀଣ କଳହ ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ଅରବିନ୍ଦ କେଜ୍ରିୱାଲ ଆପ୍‌କୁ ଅଭିନନ୍ଦନ ଜଣାଇବା ସହ ବିଜେପିର ପରାଜୟ ପାଇଁ ଦିଲ୍ଲୀ ଭୋଟର୍‌ଙ୍କୁ ପ୍ରଶଂସା କରି ଟ୍ବିଟ୍‌ କରିବା ପରେ ଏହାକୁ ନେଇ ତାଙ୍କୁ ଦଳ ଭିତରୁ ମଧ୍ୟ ବିରୋଧ କରାଯାଇଛି। ଦିଲ୍ଲୀ ମହିଳା କଂଗ୍ରେସ ମୁଖ୍ୟ ତଥା ପୂର୍ବ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ଚିଦମ୍ବରଙ୍କୁ ପ୍ରଶ୍ନ କରିଛନ୍ତି ଯେ- କଂଗ୍ରେସକୁ କ’ଣ ତା’ର ଦୋକାନ ବନ୍ଦ କରିଦେବାକୁ ହେବ ? ଶର୍ମିଷ୍ଠା କହିଛନ୍ତି- ‘ସାର୍‌, କଂଗ୍ରେସ ଦଳ କ’ଣ ରାଜ୍ୟମାନଙ୍କରେ ବିଜେପିକୁ ହରାଇବା ପାଇଁ ଆଞ୍ଚଳିକ ଦଳକୁ ଆଉଟ୍‌ସୋର୍ସିଂ କରିଛି? ଯଦି ନୁହେଁ ତା’ହେଲେ ଆମେ ଆମ ପରାଜୟ ନେଇ ଆତ୍ମମନ୍ଥନ କରିବା ବଦଳରେ ଆପ୍‌ର ବିଜୟ ପାଇଁ ଏତେ ଗର୍ବ କାହିଁକି କରିବା? ଯଦି ଆପଣଙ୍କ କଥା ଠିକ୍‌ ତା’ହେଲେ ଆମକୁ ସମ୍ଭବତଃ ଆମ ଦୋକାନ (ପ୍ରଦେଶ କଂଗ୍ରେସ କମିଟି) ବନ୍ଦ କରିଦେବା ଉଚିତ।’

ସମ୍ବନ୍ଧିତ ଖବର