ଅମିତ ଶାହଙ୍କ ବାସଭବନ ନିକଟରେ ଶର୍ମିଷ୍ଠା ମୁଖାର୍ଜୀ ଅଟକ

ନୂଆଦିଲ୍ଲୀ: ଦିଲ୍ଲୀରେ ସିଏଏ ବିରୋଧୀ ଆନ୍ଦୋଳନ ଜାରି ରହିଥିବା ବେଳେ ଆଜି ଦିଲ୍ଲୀ ମହିଳା କଂଗ୍ରେସ ମୁଖ୍ୟ ତଥା ପୂର୍ବତନ ରାଷ୍ଟ୍ରପତି ପ୍ରଣପ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀଙ୍କୁ ପୁଲିସ ଅଟକ ରଖିଥିଲା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନ ନିକଟରେ ସିଏଏ ବିରୋଧୀ ଆନ୍ଦୋଳନ ସମୟରେ ପୁଲିସ ଶର୍ମିଷ୍ଠା ଏବଂ ଅନ୍ୟମାନଙ୍କୁ ଅଟକ ରଖିଥିଲା। ମୁଖାର୍ଜୀ କହିଛନ୍ତି, ଦିଲ୍ଲୀ ମହିଳା କଂଗ୍ରେସର ପ୍ରାୟ ୫୦ ଜଣଙ୍କୁ ପୁଲିସ ଅଟକ ରଖିଥିଲା ଏବଂ ସେମାନଙ୍କୁ ମନ୍ଦିର ମାର୍ଗ ପୁଲିସ ଷ୍ଟେସନ୍‌ ନେଇଥିଲା। ଉତ୍ତର ପୂର୍ବ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଆଜି ଧାରା ୧୪୪ ଜାରି ହୋଇଛି।

ସମ୍ବନ୍ଧିତ ଖବର