ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଲେ ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ

କୋଲକାତା: ପଶ୍ଚିମବଙ୍ଗରେ କଂଗ୍ରେସକୁ ପୁଣି ଏକ ଝଟକା ଲାଗିଛି । ପୂର୍ବତନ ରାଷ୍ଟ୍ରପତି ତଥା କଂଗ୍ରେସର ଦିବଙ୍ଗତ ବରିଷ୍ଠ ନେତା ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି । ଏନେଇ ସେ ଘୋଷଣା କରିବା ବେଳେ କହିଛନ୍ତି କି ସେ ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଉଥିଲେ ବି କଂଗ୍ରେସର ସାଧାରଣ ସଦସ୍ୟ ହୋଇ ରହିବେ । ଅନ୍ୟପଟେ ପ୍ରଣବ ମୁଖାର୍ଜୀଙ୍କ ପୁଅ ତଥା ଶର୍ମିଷ୍ଠାଙ୍କ ଭାଇ ଅଭିଜିତ ମୁଖାର୍ଜୀ କିଛିଦିନ ପୂର୍ବରୁ କଂଗ୍ରେସ ହାତ ଛାଡି ଟିଏମସିରେ ଯୋଗ ଦେଇଥିଲେ ।

ଶର୍ମିିଷ୍ଠା ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଉଥିବା ନେଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, କେହି ଯଦି ଦେଶର ସେବା କରିବାକୁ ଚାହିଁବ ତେବେ ସେ ଅନ୍ୟ ମାଧ୍ୟମରେ ବି କରିପାରିବ ।  ବର୍ତ୍ତମାନ ଯେଭଳି ରାଜନୀତି ଚାଲିଛି ତାହା ମୋ ପାଇଁ ପ୍ରଯୁଜ୍ୟ ନୁହେଁ । ମୁଁ ଅନ୍ୟ କାମରେ ବ୍ୟସ୍ତ ରହୁଥିବାରୁ ସଂଗଠନ ପାଇଁ ସମୟ ଦେଇପାରୁ ନାହିଁ । ଶର୍ମିଷ୍ଠା କହିଛନ୍ତି କି, ବିଶେଷ ଭାବେ ବିରୋଧ ରାଜନୀତି କରିବାକୁ ବହୁତ ଭୋକର ଆବଶ୍ୟକତା ରହିଛି, ହେଲେ ମୁଁ ଅନୁଭବ କରୁଛି କି ମୋ ଭିତରେ ସେଭଳି ଭୋକ ନାହିଁ । ଏଣୁ ସକ୍ରିୟ ରାଜନୀତିରେ ମୋର ରହିବାର ମାନେ କିଛି ନାହିଁ ବୋଲି ସେ କହିଛନ୍ତି ।

Sharmistha Mukherjee resigns as chief spokesperson of Delhi Congress, wishes to fight LS polls | India News – India TV
India TV

ଉଲ୍ଲେଖଯୋଗ୍ୟ, ପ୍ରଣବ ମୁଖାର୍ଜୀ କଂଗ୍ରେସ ଦଳରେ ଜଣେ ବରିଷ୍ଠ ନେତା ଭାବେ ପ୍ରାୟ ୫ ଦଶନ୍ଧି ଧରି କାମ କରିଥିଲେ । ସେ କଂଗ୍ରେସ ସରକାର ସମୟରେ ବିଭିନ୍ନ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଏହାସହ ୨୦୦୦ ରୁ ୨୦୦୪ ମଧ୍ୟରେ ଯେତେବେଳେ ମନମୋହନ ସିଂ ପ୍ରଧାନମନ୍ତ୍ରୀ ହୋଇଥିଲେ ସେତେବେଳେ ବି ପ୍ରଧାନମନ୍ତ୍ରୀ ପାଇଁ ପ୍ରଣବ ମୁଖାର୍ଜୀଙ୍କ ନାଁକୁ ନେଇ ବେସ୍ ଚର୍ଚ୍ଚା ହୋଇଥିଲା । ହେଲେ ଦଳ ତାଙ୍କୁ ରାଷ୍ଟ୍ରପତି ଆସନରେ ବସିବାର ସୁଯୋଗ ଦେଇ ତାଙ୍କ ରାଜନୈତିକ କ୍ୟାରିଅର ଶେଷ କରିଦେଇଥିଲା ।

ସମ୍ବନ୍ଧିତ ଖବର