ନୂଆଦିଲ୍ଲୀ: ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗରେ ଗିରଫ ହୋଇଥିବା ସୋସିଆଲ ମିଡିଆ ଇନଫ୍ଲଏନ୍ସର ଏବଂ ଆଇନ ଛାତ୍ରୀ ଶର୍ମିଷ୍ଠା ପାନୋଲିଙ୍କୁ ଆଜି କଲିକତା ହାଇକୋର୍ଟରୁ ଅନ୍ତରୀଣ ଜାମିନ ମିଳିଛି। ଏକ ଇନଷ୍ଟାଗ୍ରାମ ଭିଡିଓ ମାଧ୍ୟମରେ ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗରେ ପୋଲିସ ତାଙ୍କୁ ମେ ୩୦ ତାରିଖରେ ଗିରଫ କରିଥିଲା।

Advertisment

ହାଇକୋର୍ଟ ତାଙ୍କୁ ୧୦ ହଜାର ଟଙ୍କାର ବଣ୍ଡରେ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ତାଙ୍କୁ ଦେଶ ଛାଡିବାକୁ ମଧ୍ୟ ନିଷେଧ କରାଯାଇଛି। ପୂର୍ବରୁ ଜୁନ ୩ ତାରିଖରେ, ଟ୍ରାଏଲ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରି କହିଥିଲେ ଯେ ଅଭିବ୍ୟକ୍ତିର ସ୍ୱାଧୀନତାର ଅପବ୍ୟବହାର କରାଯାଇପାରିବ ନାହିଁ।

ହାଇକୋର୍ଟ ତାଙ୍କୁ ୧୦ ହଜାର ଟଙ୍କାର ବଣ୍ଡରେ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ତାଙ୍କୁ ଦେଶ ଛାଡିବାକୁ ମଧ୍ୟ ନିଷେଧ କରାଯାଇଛି। ପୂର୍ବରୁ ଜୁନ ୩ ତାରିଖରେ, ଟ୍ରାଏଲ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରି କହିଥିଲେ ଯେ ଅଭିବ୍ୟକ୍ତିର ସ୍ୱାଧୀନତାର ଅପବ୍ୟବହାର କରାଯାଇପାରିବ ନାହିଁ। ପାନୋଲି ଭିଡିଓଟି ଡିଲିଟ୍ କରି କ୍ଷମା ମାଗିଥିଲେ, କିନ୍ତୁ ତାହା ପୂର୍ବରୁ ତାଙ୍କ ବିରୋଧରେ କୋଲକାତାରେ ଏକ ଏଫଆଇଆର ରୁଜ୍ଜୁ ହୋଇସାରିଥିଲା । 

କୋଲକାତା ପୋଲିସ ହରିୟାଣାର ଗୁରୁଗ୍ରାମରୁ ୨୨ ବର୍ଷୀୟ ଆଇନ ଛାତ୍ରୀଙ୍କୁ ଗିରଫ କରିଥିଲା ଏବଂ ପରେ ତାଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ କୋଲକାତା ନେଇଥିଲା। ତାଙ୍କୁ ମେ ୩୦ ତାରିଖରେ ସିଟି କୋର୍ଟରେ ହାଜର କରାଯାଇଥିଲା। ମାମଲାର ବିସ୍ତୃତ ଶୁଣାଣି ପରେ, ତାଙ୍କୁ ଜୁନ ୧୩ ପର୍ଯ୍ୟନ୍ତ ନ୍ୟାୟିକ ହାଜତକୁ ପଠାଇ ଦିଆଯାଇଥିଲା। ମେ ୧୫ ତାରିଖରେ କୋଲକାତାର ଗାର୍ଡେନ୍ ରିଚ୍ ପୋଲିସ ଷ୍ଟେସନରେ ତାଙ୍କ ବିରୁଦ୍ଧରେ ଏକ ଏଫଆଇଆର ରୁଜୁ କରାଯାଇଥିଲା । ତେବେ ତାଙ୍କ ଗିରଫଦାରି ବିରୋଧରେ ସାରାଦେଶରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।