ଦିଲ୍ଲୀରେ ଦୁଇ ସହଯୋଗୀଙ୍କ ସହ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସାର୍ପସୁଟର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ୍‌ର ଏକ ଟିମ୍ ଲରେନ୍ସ ବିଷ୍ଣୋଇ ଏବଂ ଜିତେନ୍ଦର ଗୋଗି ଗ୍ୟାଙ୍ଗର ଜଣେ ସାର୍ପସୁଟର ଓ ତାର ଦୁଇ ସହଯୋଗୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୭.୬୫ ଏମ୍‌ଏମ୍‌ ପିସ୍ତଲ, ଦୁଇଟି ଦେଶୀ ବନ୍ଧୁକ ଏବଂ ଆଠଟି ଜୀବନ୍ତ କାର୍ଟ୍ରିଜ ଉଦ୍ଧାର କରାଯାଇଛି। ଆଲିପୁର ଅଞ୍ଚଳରେ କିଛି ଅଘଟଣ ଘଟାଇବାକୁ ‌ସେମାନେ ଯୋଜନା କରୁଥିଲେ। ଗିରଫ ସାର୍ପସୁଟର ହରିୟାଣାର ସୋନିପତର ରାଜେଶ (୪୧) ଓରଫ ସେଠୀ। ପୂର୍ବରୁ ହତ୍ୟା ଉଦ୍ୟମ, ଅପହରଣ, ଡକାୟତି ଏବଂ ଅସ୍ତ୍ରଶସ୍ତ୍ର ଅଧିନିୟମ ଅନୁଯାୟୀ ଚବିଶରୁ ଅଧିକ ମାମଲାରେ ତାକୁ ଗିରଫ କରାଯାଇଥିଲା। ୯ରୁ ଅଧିକ ହତ୍ୟା ଏବଂ ଡକାୟତି ଘଟଣାରେ ତାଙ୍କୁ ପୁଲିସ ଖୋଜୁଥିଲା।

ସମ୍ବନ୍ଧିତ ଖବର