ଦେଶରେ ବିଭେଦ ବଢ଼ାଉଛି ହିନ୍ଦୁତ୍ବ ବିଚାରଧାରା: ଥରୁର୍‌

0

ମୁମ୍ବାଇ: ବରିଷ୍ଠ କଂଗ୍ରେସ ନେତା ଶଶି ଥରରୁ ଆଜି ଟ୍ବିଟ୍‌ କରି କହିଛନ୍ତି ଯେ ଦେଶରେ ହିନ୍ଦୀ, ହିନ୍ଦୁତ୍ବ ଏବଂ ହିନ୍ଦୁତ୍ବ ବିଚାରଧାରା ବିଭେଦ ସୃଷ୍ଟି କରୁଛି। ଦେଶର ଏକତା ରକ୍ଷା ପାଇଁ ଏହି ସ୍ଥିତିରେ ପରିବର୍ତ୍ତନ ଆସିବା ଆବଶ୍ୟକ ବୋଲି ସେ କହିଛନ୍ତି। ନିକଟରେ ମୁମ୍ବାଇ ବିମାନବନ୍ଦରରେ ଜଣେ ୨୭ ବର୍ଷୀୟ ପିଏଚ୍‌ଡି ଛାତ୍ରଙ୍କୁ ହିନ୍ଦୀ ଆସୁନଥିବାରୁ ଅଟକ ରଖାଯିବା ଘଟଣାକୁ ଉଲ୍ଲେଖ କରି ଥରୁର ଏଭଳି ବୟାନ ଦେଇଛନ୍ତି। ତେବେ ଥରୁର ଲଗାତାର ହିନ୍ଦୁତ୍ବ ବିରୋଧୀ ବୟାନ ଦେଇଚାଲିଥିବା ବେଳେ ଗତକାଲି କୁମ୍ଭ ମେଳାକୁ ସମାଲୋଚନା କରି ଦେଇଥିବା ମନ୍ତବ୍ୟ କଂଗ୍ରେସ ପାଇଁ ଅଡ଼ୁଆ ସୃଷ୍ଟି କରିଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Leave A Reply

Your email address will not be published.