ଜାତୀୟ ଶିକ୍ଷାନୀତିକୁ ଥରୁର୍‌ଙ୍କ ପ୍ରଶଂସା, ଚ୍ୟାଲେଂଜ କଥା ଉଠାଇଲେ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବ ମାନବସମ୍ବଳ ବିକାଶ ମନ୍ତ୍ରୀ ଶଶି ଥରୁର୍‌ ନୂତନ ଶିକ୍ଷା ନୀତିକୁ ପ୍ରଶଂସା କରିବା ସହ ଏହା ସହିତ ଆସିବାକୁ ଥିବା ଚ୍ୟାଲେଂଜ ସଂପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଥରୁର୍‌ କହିଛନ୍ତି ଏହି ନୂଆ ଶିକ୍ଷା ନୀତିରେ ସ୍ବାଗତ କରିବା ପାଇଁ ବହୁତ କିଛି ଅଛି। ତେବେ ଏ ବାବଦରେ ଆସିବାକୁ ଥିବା ଚ୍ୟାଲେଂଜଗୁଡ଼ିକର ମଧ୍ୟ ସଫଳ ମୁକାବିଲା କରାଯିବା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି। ଯୋଜନା ଲାଗୁ କରିବା ପାଇଁ ସଫଳ ରଣନୀତିରେ କାମ କରିବାକୁ ହେବ ଏବଂ ଶିକ୍ଷା ବଜେଟ୍‌ରେ କିଭଳି ବୃଦ୍ଧି ହେବ ସେ ଦିଗରେ ଚିନ୍ତା କରିବାକୁ ହେବ ବୋଲି ଥରୁର୍‌ କହିଛନ୍ତି।

ସମ୍ବନ୍ଧିତ ଖବର