ମୋଦୀଙ୍କୁ ପ୍ରଶଂସା କଲେ ଶଶି ଥରୁର୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନେକ ସମୟରେ ସମାଲୋଚନା କରୁଥିବା କଂଗ୍ରେସ ନେତା ଶଶି ଥରୁର୍‌ ଆଜି ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ମୋଦୀ ପିଲାଦିନେ ରେଳ ଷ୍ଟେସନ୍‌ରେ ଚା ବିକୁଥିଲେ ବୋଲି କୌଣସି ସରକାରୀ କାଗଜପତ୍ର ନାହିଁ ବୋଲି ଦାବି କରି ନିକଟରେ ଏକ ଖବର ପ୍ରକାଶ ପାଇଥିବାବେଳେ ଥରୁର୍ ଏହି ରିପୋର୍ଟକୁ ତୀବ୍ର ବି‌ରୋଧ କରିଛନ୍ତି। ଥରୁର୍ ଆଜି ଟ୍ବିଟ୍‌ କରି କହିଛନ୍ତି ଯେ ଅତି ସାଧାରଣ ସ୍ତରରୁ ଜଣେ ବ୍ୟକ୍ତି ସର୍ବୋଚ୍ଚ କ୍ଷମତାର ଅଧିକାରୀ ହେବା ଭାରତୀୟ ଗଣତନ୍ତ୍ର ପାଇଁ ଏକ ସୌଭାଗ୍ୟର ବିଷୟ ଏବଂ ଏଥିପାଇଁ ସମସ୍ତ ଭାରତୀୟ ମଧ୍ୟ ଗର୍ବ ଅନୁଭବ କରିବା ଉଚିତ୍‌। ମୋଦୀ ଜଣେ ଚା ବିକାଳିରୁ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଦେଶବାସୀ ମୋଦୀଙ୍କର ଏହି କଥାକୁ ଗ୍ରହଣ କରିବା ଉଚିତ୍‌। ଉଲ୍ଲେଖଯୋଗ୍ୟ, ନିକଟରେ ଥରୁର୍‌ ମୋଦୀଙ୍କୁ ଶିବଲିଙ୍ଗ ଉପରେ ବିଛା କହି ବିବାଦରେ ଥିଲେ। ଏନେଇ ଥରୁରଙ୍କ ବିରୋଧରେ ଜଣେ ବିଜେପି ନେତା ମାନହାନି ମାମଲା ମଧ୍ୟ ରୁଜୁ କରିଥିଲେ।

ସମ୍ବନ୍ଧିତ ଖବର