ଶଶି ଥରୁରଙ୍କୁ ଇଂରାଜୀ ଶିଖାଇଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାଓ୍ଵାଲେ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାଓ୍ଵାଲେ କଂଗ୍ରେସ ସାଂସଦ ଶଶି ଥରୁରଙ୍କୁ ଇଂରାଜୀ ଶିଖାଇଛନ୍ତି। ପାଠକବନ୍ଧୁ ଏହା ଆପଣମାନଙ୍କୁ ଅଜବ ଓ ଅସମ୍ଭବ ଲାଗୁଥିଲେ ମଧ୍ୟ ସତ। କାରଣ ଶଶି ଥରୁରଙ୍କ ଇଂରାଜୀ ଭାଷାରେ ଜ୍ଞାନ ଲାଗି ଭାରତରେ ଜଣେ ଆଦର୍ଶ ଭାବେ ପରିଗଣିତ ହୋଇଥାନ୍ତି। ପ୍ରକୃତ କଥା ହେଉଛି, ଶଶି ଥରୁର ବଜେଟ ଅଧିବେଶନକୁ ନେଇ ଏକ ଫଟୋକୁ ଟ୍ଵିଟଟରେ ସେୟାର କରି ରାମଦାସ ଅଠାଓ୍ଵଲେଙ୍କୁ ଘେରିଥିଲେ। ଏହାର ପ୍ରତ୍ୟୁତ୍ତରରେ ଅଠାଓ୍ଵାଲେ ଶଶି ଥରୁରଙ୍କୁ ସଠିକ୍ ଭାବେ ଇଂରାଜୀ ଲେଖିବାକୁ ପରାମର୍ଶ ଦେଇଥିଲେ।

ଶଶି ଥରୁର ନିଜର ଇଂରାଜୀ ଲେଖା ଓ ଭାଷଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଅଠାଓ୍ଵାଲେ ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ(ଆରପିଆଇ)ର ଅଧ୍ୟକ୍ଷ ଅଛନ୍ତି ଓ ମୋଦୀଙ୍କ ସରକାରରେ ସାମାଜିକ ନ୍ୟାୟ ମନ୍ତ୍ରୀ ଅଛନ୍ତି।
ଶଶି ଥରୁର ଲୋକସଭାରେ ଭାଷଣ ଦେବାପରେ ଟ୍ଵିଟରରେ ରାମଦାସ ଅଠାଓ୍ଵାଲେଙ୍କ ବଜେଟ ଅଧିବେଶନର ଏକ ଫଟୋ ସେୟାର୍ କରି ଲେଖିଥିଲେ, ପାଖାପାଖି ୨ ଘଣ୍ଟା ବଜେଟ ବିଷୟରେ ଭାଷଣ ଦେବାପରେ ମନ୍ତ୍ରୀ ରାମଦାସ ଅଠାଓ୍ଵାଲେଙ୍କ ଫଟୋ ସବୁକିଛି ପ୍ରକାଶ କରୁଛି। ଫଟୋ ଦେଖି ଆପଣମାନେ ବୁଝିଯାଇଥିବେ ଯେ ମନ୍ତ୍ରୀ ବି ଭାଷଣ ବୁଝିପାରିଲେ ନାହିଁ। ଏହି ଟ୍ଵିଟରେ ଥରୁର ବଜେଟର ବନାନ ଭୁଲ୍ ଲେଖି ଦେଇଥିଲେ।


ଏହାପରେ ଅଠାଓ୍ଵାଲେ ଟ୍ଵିଟ୍ କରି ଶଶି ଥରୁରଙ୍କ ସେହି ଟ୍ଵିଟ୍ ରେ ଭୁଲ୍ ଖୋଜି ବାହାର କରିଥିଲେ। ଅଠାଓ୍ଵାଲେ ଲେଖିଥିଲେ, ଆପଣଙ୍କ ଟ୍ଵିଟରେ ଅନେକ ଗୁଡିଏ ଭୁଲ୍ ଅଛି। ଯେପରି- Bydgut ଓ Rely ସ୍ଥାନରେ Budget ଓ Reply ହେବ। ଅଠାଓ୍ଵାଲେଙ୍କ ଏହି ଟ୍ଵିଟ୍ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଉଲ୍ଲେଖନୀୟ, ଶଶି ଥରୁରଙ୍କୁ ଭାରତରେ ଇଂରାଜୀ ଭାଷାର ଜଣେ ଶ୍ରେଷ୍ଠ ଜ୍ଞାନୀ ଭାବେ ସ୍ଵୀକାର କରାଯାଇଥାଏ।

ସମ୍ବନ୍ଧିତ ଖବର