ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାର ଚାର୍ଜସିଟ୍‌ ଦାଖଲ: ହତ୍ୟା ନୁହେଁ, ଆତ୍ମହତ୍ୟା, ଶଶି ଥରୁର୍‌ଙ୍କୁ ଅଭିଯୁକ୍ତ ଦର୍ଶାଇଲା ପୁଲିସ

ଚାର୍ଜସିଟ୍‌ ଦାଖଲ ପରେ ଶଶି ଥରୁର୍‌ ଟୁଇଟ୍‌ କରି କହିଲେ ଏହା ଅବିଶ୍ୱାସନୀୟ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ ସୋମବାର ବହୁଚର୍ଚ୍ଚିତ ସୁନନ୍ଦା ପୁଷ୍କର ହତ୍ୟା ମାମଲାର ଚାର୍ଜସିଟ୍‌ ଦାଖଲ କରିଛି। କଂଗ୍ରେସ ସାଂସଦ ଶଶି ଥରୁର୍‌ଙ୍କ ପତ୍ନୀ ସୁନନ୍ଦାଙ୍କର ଅତ୍ୟନ୍ତ ରହସ୍ୟଜନକ ପରିସ୍ଥିତିରେ ଦିଲ୍ଲୀର ଏକ ତାରକା ହୋଟେଲରେ ମୃତ୍ୟୁ ହୋଇଥିଲା। କେତେକ ଏହାକୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିଲେ। ଦୀର୍ଘ ୪ ବର୍ଷର ତଦନ୍ତ ପରେ ଦିଲ୍ଲୀ ପୁଲିସ ଆଜି ଚାର୍ଜସିଟ୍‌ ଦାଖଲ କରିଛି। ସୁନନ୍ଦାଙ୍କ ମୃତ୍ୟୁ ହତ୍ୟା ନୁହେଁ, ଆତ୍ମହତ୍ୟା ବୋଲି ଏଥିରେ ଦର୍ଶାଯାଇଛି। ୨୦୧୪ ମସିହାରେ ଘଟିଥିବା ଏହି ଘଟଣାରେ ଦିଲ୍ଲୀ ପୁଲିସ ଶଶି ଥରୁରଙ୍କୁ ଏକମାତ୍ର ଅଭିଯୁକ୍ତ ଭାବେ ଚାର୍ଜସିଟ୍‌ରେ ଦର୍ଶାଇଛି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଆଜି ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟରେ ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ ଧର୍ମେନ୍ଦର ସିଂଙ୍କ ଅଦାଲତରେ ସୁନନ୍ଦା ପୁଷ୍କର ଆତ୍ମହତ୍ୟା ମାମଲାର ଚାର୍ଜସିଟ୍‌ ଦାଖଲ ହୋଇଛି। ଭାରତୀୟ ପେନାଲ କୋଡରେ ଧାରା ୪୯୮-କ (ସ୍ୱାମୀ କିମ୍ବା ସମ୍ପର୍କୀୟଙ୍କ ଦ୍ୱାରା ମହିଳାଙ୍କ ପ୍ରତି ନିଷ୍ଠୁର ଆଚରଣ) ଏବଂ ଧାରା ୩୦୬ (ଆତ୍ମହତ୍ୟା ଲାଗି ପ୍ରବର୍ତ୍ତାଇବା) ଅନୁସାରେ ଚାର୍ଜସିଟ୍‌ କରାଯାଇଛି।

୨୦୧୪ ମସିହା ଜାନୁଆରି ୧୪ ତାରିଖରେ ସୁନନ୍ଦା ପୁଷ୍କରଙ୍କର ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଉଲ୍ଲେ୍‌ଖଯୋଗ୍ୟ କି ୨୦୧୦ ମସିହା ଅଗଷ୍ଟ ୨୨ ତାରିଖରେ ଶଶି ଥରୁର୍‌ ଓ ସୁନନ୍ଦା ପୁଷ୍କରଙ୍କର ବିବାହ ହୋଇଥିଲା। ଏହା ଦୁଇ ଜଣଙ୍କର ଦ୍ୱିତୀୟ ବିବାହ ଥିଲା।

 

ସମ୍ବନ୍ଧିତ ଖବର