ନୂଆଦିଲ୍ଲୀ: ପତ୍ନୀ ସୁନନ୍ଦା ପୁଷ୍କରଙ୍କ ରହସ୍ୟମୟ ମୃତ୍ୟୁ ମାମଲାରେ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କୁ ଗୁରୁବାର ଦିନ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ଆଗୁଆ ଜାମିନ ମଞ୍ଜୁର କରିଛନ୍ତି। ଏହି କଂଗ୍ରେସ ନେତାଙ୍କୁ ୧ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକା ଦେବାକୁ ପଡ଼ିଛି। ଏହାଛଡ଼ା ସେ ସୁନନ୍ଦା ପୁଷ୍କର ମାମଲାରେ କୌଣସି ପ୍ରମାଣ ପରିବର୍ତ୍ତନ କରିପାରିବେ ନାହିଁ କି, ଅଦାଲତଙ୍କ ବିନା ଅନୁମତିରେ ଦେଶ ଛାଡ଼ି ଯାଇ ପାରିବେ ନାହିଁ ବୋଲି ସର୍ତ୍ତ ରଖାଯାଇଛି।
ବୁଧବାର ଦିନ ଦିଲ୍ଲୀ ହାଇକୋର୍ଟ ଜାମିନ ଆଦେଶକୁ ସଂରକ୍ଷିତ ରଖିଥିଲା। ଥରୁର ଆଗୁଆ ଜାମିନ ଆବେଦନ କରିବାର ଦୁଇ ଦିନ ପରେ ଘଟଣା ଆଗେଇ ଥିଲା।
ତିରୁବନନ୍ତପୁରମ୍ର ସାଂସଦ ଥରୁର ଉକ୍ତ ମାମଲାରେ ଅନ୍ୟତମ ଅଭିଯୁକ୍ତ ଭାବେ ସମନ୍ ପାଇସାରିଛନ୍ତି। ତାଙ୍କୁ ଜୁଲାଇ ୭ ତାରିଖ ଯାଏ ସମୟ ଦିଆଯାଇଥିଲା।
କିନ୍ତୁ ବରିଷ୍ଠ କଂଗ୍ରେସ ନେତା ତଥାପି କହିଛନ୍ତି ଯେ ସେ ତାଙ୍କ ବିରୋଧରେ ଲାଗୁ କରାଯାଇଥିବା ମାମଲାରେ ସେ ନିର୍ଦୋଷ କିନ୍ତୁ, ଦିଲ୍ଲୀ କୋର୍ଟ ବିଚାର ପାଇଁ ତାଙ୍କ ବିରୋଧରେ ଅନେକ ଆଧାର ପାଇଥିଲା।
ଏ ମାମଲାରେ ପୁଲିସ ୩୦୦୦ ପୃଷ୍ଠାସମ୍ବଳିତ ଏକ ଚାର୍ଜସିଟ୍ ଦାଖଲ କରିଛି।