ଉଦୟପୁର: ରାଜସ୍ଥାନର ଉଦୟପୁରରେ ଚାଲିଥିବା କଂଗ୍ରେସର ଚିନ୍ତନ ଶିବିର ଆଜି ଶେଷ ହେବାକୁ ଯାଉଥିବା ବେଳେ କଂଗ୍ରେସ ସାଂସଦ ଶଶି ଥରୁର ତାଙ୍କ ଟ୍ଵିଟର ହାଣ୍ଡେଲରେ ଚିନ୍ତନ ଶିବିରର କିଛି ଫଟୋ ପୋଷ୍ଟ କରିଛନ୍ତି। ଏଥିସହ କଂଗ୍ରେସ ନେତା ଥରୁର କହିଛନ୍ତି, ଚିନ୍ତନ ଶିବିରରୁ ‘ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ମିଳିଲା’। ଶିବିରରେ ଆୟୋଜିତ ହୋଇଥିବା ଦଳର ଆଲୋଚନା କାର୍ଯ୍ୟକ୍ରମ ଦଳୀୟ ଆଭ୍ୟନ୍ତରୀଣ ଗଣତନ୍ତ୍ରର ଏକ ଦୃଢ ଉଦାହରଣ ଥିଲା। କଂଗ୍ରେସର ଚିନ୍ତନ ଶିବିିର ଆଜି ଶେଷ ହେବାକୁ ଯାଉଥିବାବେଳେ କଂଗ୍ରେସ ସାଂସଦ ଶଶି ଥରୁର ରବିବାର ଦିନ ଏହି ଫଟୋ ପୋଷ୍ଟ କରିଛନ୍ତି।
କଂଗ୍ରେସ ସାଂସଦ ଶଶି ଥରୁର ରବିବାର ଦିନ ଶିବିରରେ ଦଳର ରାଜନୈତିକ କମିଟିର କିଛି ସଦସ୍ୟଙ୍କ ଏକ ଗ୍ରୁପ ଫଟୋ ପୋଷ୍ଟ କରିଛନ୍ତି ଏବଂ କହିଛନ୍ତି ଦଳ ଉଦୟପୁରରେ ୩ ଦିନିଆ ଚିନ୍ତାନ ଶିବିରର ଶେଷ ଦିନ ପାଇଁ ପ୍ରସ୍ତୁତ ହୋଇଛି। ଶିବିରରେ ଅନେକ ମତ ଉପରେ ଉତ୍ସାହର ସହିତ ବିତର୍କ ହେବା ପରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନା ସୂତ୍ର ମିଳିଛି ବୋଲି ସେ କହିଛନ୍ତି। ଥିରୁବନନ୍ତପୁରମ ସାଂସଦ ତଥା ଦଳୀୟ ନେତା ଥରୁର କହିଛନ୍ତି ଯେ ଏହି ଆଲୋଚନା ଦଳୀୟ ଆଭ୍ୟନ୍ତରୀଣ ଗଣତନ୍ତ୍ରର ଏକ ଦୃଢ ଉଦାହରଣ ଥିଲା।
Some members of the Political Committee gathered for a group photo after our deliberations adjourned last night. The discussions were a robust example of inner-party democracy in action: views passionately debated & amicable solutions found. @INCIndia pic.twitter.com/cdnBLyiIlq
— Shashi Tharoor (@ShashiTharoor) May 15, 2022
Was invited to join a group selfie of @MahilaCongress delegates at the #NavSankalpChintanShivir. A varied & diverse turnout was a feature of the @incindia event. pic.twitter.com/NrDuzaGiBW
— Shashi Tharoor (@ShashiTharoor) May 15, 2022
The #NavSankalpChintanShivir was an excellent opportunity to catch up w/ party colleagues from across the country, including @DrMdJawaid1 @Pallamrajumm @jigneshmevani80 @BhaiJagtap1 @ManiShankarAiya r &other friends w’out @Twitter handles! pic.twitter.com/8edMa5tCuA
— Shashi Tharoor (@ShashiTharoor) May 15, 2022