କେଜ୍ରିୱାଲଙ୍କୁ ଅସହାୟ ମୁଖ୍ୟମନ୍ତ୍ରୀ କହିଲେ ଥରୁର୍
ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶି ଥରୁର୍ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜଣେ ଅସହାୟ ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି। କେଜ୍ରିୱାଲ ଜେଏନ୍ୟୁ ହିଂସାରେ ଆହତ ଛାତ୍ରଙ୍କୁ ଭେଟିବାକୁ ଯାଇ ନାହାନ୍ତି କି ସିଏଏ ବିରୋଧରେ ନିଜର ମତ ଦୃଢ଼ ଭାବେ ରଖିନାହାନ୍ତି। ଏଥିରୁ ସେ ଜଣେ ଅସହାୟ ମୁଖ୍ୟମନ୍ତ୍ରୀ ସାବ୍ୟସ୍ତ ହୋଇଛନ୍ତି ବୋଲି ଥରୁର୍ କହିଛନ୍ତି।