ସାଂସଦ ଶଶି ଥରୁର ନିଜର ‘ଅକ୍ସଫୋର୍ଡ ଉଚ୍ଚାରଣ’ରେ ଗାଇଲେ ‘ଏକ ଅଜନବି ହସିନା ସେ’… ଭିଡିଓ ହେଲା ଭାଇରାଲ

ନୂଆଦିଲ୍ଲୀ: ଆପଣ କେବେ କୌଣସି ରାଜନେତା ଷ୍ଟେଜ୍‌ ଉପରେ ଗୀତ ଗାଇଥିବାର ଶୁଣିଛନ୍ତି କି? ଯଦି ନୁହେଁ ତେବେ ସୋସିଆଲ ମିଡିଆରେ ଜଣେ ସକ୍ରିୟ ରାଜନେତା, ଥିରୁବନନ୍ତପୁରମର ସାଂସଦ ଶଶି ଥରୁରଙ୍କ କଣ୍ଠରୁ ଏକ ଗୀତ ଶୁଣିବାର ସୁଯୋଗ ଅବଶ୍ୟ ଏଠାରେ ଅଛି। କାରଣ, କଂଗ୍ରେସ ସାଂସଦ ତଥା ଚର୍ଚ୍ଚିତ ରାଜନେତା ଡକ୍ଟର ଶଶି ଥରୁରଙ୍କ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି; ଯେଉଁଥିରେ ସେ କିମ୍ବଦନ୍ତୀ ଗାୟକ କିଶୋର କୁମାରଙ୍କ ଏକ ପ୍ରସିଦ୍ଧ ତଥା ଚିର ସବୁଜ ଗୀତ ‘ଏକ ଅଜନବି ହସିନା ସେ’ ଗାଇଥିବାର ନଜର ଆସିଛନ୍ତି।

ଉଲ୍ଲେଖଯୋଗ୍ୟ, ସୂଚନା ପ୍ରଯୁକ୍ତିବିଦ୍ୟା ସଂସଦୀୟ ଷ୍ଟାଣ୍ଡିଂ କମିଟି ପାଇଁ ଦୂରଦର୍ଶନ ଶ୍ରୀନଗରଙ୍କ ପକ୍ଷରୁ ଆୟୋଜିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶଶି ଥରୁରଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଠାରେ ସେ କିମ୍ବଦନ୍ତୀ ଗାୟକ କିଶୋର କୁମାରଙ୍କ ଅନ୍ୟତମ ପ୍ରସିଦ୍ଧ ଗୀତ ‘ଏକ ଅଜନବି ହସିନା ସେ’ ଗୀତ ଗାଉଥିବାର ଦେଖିବାକୁ ମିଳଛି।

ଗୀତ ଗାଉଥିବା ବେଳର ଭିଡିଓଟିକୁ ନିଜ ଟ୍ଵିଟର ସେୟାର କରି ଥରୁର ଲେଖିଛନ୍ତି: ସୂଚନା ପ୍ରଯୁକ୍ତିବିଦ୍ୟା ସଂସଦୀୟ ଷ୍ଟାଣ୍ଡିଂ କମିଟି ପାଇଁ ଦୂରଦର୍ଶନ ଶ୍ରୀନଗରଙ୍କର ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୋତେ ସଦସ୍ୟମାନଙ୍କ ପାଇଁ ଗୀତ ଗାଇବାକୁ ପ୍ରବର୍ତ୍ତାଯାଇଥିଲା… ଅବାଞ୍ଛିତ ଏବଂ ଆମୋଦିତ କିନ୍ତୁ ଉପଭୋଗ କର!
ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏବଂ ମାତ୍ର ଏକ ଘଣ୍ଟା ମଧ୍ୟରେ ୩୬ ହଜାରରୁ ଅଧିକ ଥର ଦେଖାଯାଇଛି । ସୋସିଆଲ ମିଡିଆ ଅନୁଗାମୀମାନେ ସେମାନଙ୍କର ମନୋରଞ୍ଜନର ଉତ୍ତର ଦେଇ ମନ୍ତବ୍ୟ ଦେବାକୁ ମଧ୍ୟ ଭୁଲୁନାହାନ୍ତି।

ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ତୁମର ସ୍ୱର ତୁମେ କାନ୍ଧରେ ପକାଇଥିବା ଜଟିଳ ଡିଜାଇନ୍‌ର ସାଲ୍‌ ପରି ଅମୂଲ୍ୟ! ଅନ୍ୟଜଣେ ଲେଖିଥିଲେ କିଶୋର କୁମାର ସାବ୍‌ଙ୍କର ଚିର ସବୁଜ ମେଲୋଡିଜ୍‌ ଗୀତ ‘ଏକ ଅଜନବୀ ହାସିନା ସେ ୟୁହିଁ ମୁଲାକାତ୍‌ ହୋ ଗେଇ’ ଅକ୍ସଫୋର୍ଡ ଷ୍ଟାଇଲର ଉଚ୍ଚାରଣରେ ବେଶ୍‌ ନିଆରା…

ସମ୍ବନ୍ଧିତ ଖବର