କଂଗ୍ରେସ ସଭାପତି ପଦ ପାଇଁ ପ୍ରତିଦ୍ବନ୍ଦିତା କରିପାରନ୍ତି ଶଶୀ ଥରୁର

ନୂଆଦିଲ୍ଲୀ : ଆଗାମୀ ଅକ୍ଟୋବର ୧୭ରେ କଂଗ୍ରେସ ଦଳର ସଭାପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଶଶି ଥରୁଙ୍କୁ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀଙ୍କ ସମ୍ମତି ମିଳିଥିବା ଆଲୋଚନା ହେଉଛି । ଯେକୌଣସି ସଦସ୍ୟ କଂଗ୍ରେସ ଦଳର ସଭାପତି ପଦ ପାଇଁ ନିର୍ବାଚନ ଲଢିପାରିବ ବୋଲି ସୋନିଆ ଥରୁରଙ୍କୁ କହିଥିବା ଗଣମାଧ୍ୟମସୁତ୍ରରୁ ଜଣାପଡ଼ିଛି ।

“ଏ ସଂପର୍କରେ ତୁମେ ନିଷ୍ପତ୍ତି ନେବ । ଧାର୍ୟ୍ୟ ନିର୍ବାଚନ ପ୍ରକ୍ରିୟା ଅନୁଯାୟୀ ନିର୍ବାଚନ ଅନୁଷ୍ଠିତ ହେବ” ସୋନିଆ ଗାନ୍ଧୀ ଥରୁରଙ୍କୁ କହିଛନ୍ତି ।

ଦଳର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି, “ଯିଏ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛି ସେ ତାହା କରିବାକୁ ମୁକ୍ତ ଏବଂ ଏହା ସ୍ୱାଗତଯୋଗ୍ୟ। ଏହା କଂଗ୍ରେସ ସଭାପତି ତଥା ରାହୁଲ ଗାନ୍ଧୀଙ୍କ ମତ । ଏହା ଏକ ଖୋଲା, ଗଣତାନ୍ତ୍ରିକ ଏବଂ ସ୍ୱଚ୍ଛ ପ୍ରକ୍ରିୟା। ପ୍ରତିଦ୍ବନ୍ଦିତା କରିବାକୁ ସମସ୍ତଙ୍କୁ ସ୍ବାଗତ ।

ଆଗାମୀ କଂଗ୍ରେସ ସଭାପତି ନିର୍ବାଚନ ସମ୍ପର୍କରେ ଆଲୋଚନା ପାଇଁ ଥରୁର, ଦୀପେନ୍ଦ୍ର ହୁଡା, ଜୟ ପ୍ରକାଶ ଅଗ୍ରୱାଲ ଏବଂ ବିଜୟନ୍ଦ୍ର ସିଂ ଆଦି ସୋନିଆ ଗାନ୍ଧୀଙ୍କୁ ସୋମବାର ତାଙ୍କ ଘରେ ଭେଟିଥିଲେ ।

ସୂଚନାଯୋଗ୍ୟ ଯେ, ରାହୁଲ ଗାନ୍ଧିଙ୍କୁ ପୁଣି କଂଗ୍ରେସ ସଭାପତି କରିବାକୁ ୭ଟି ରାଜ୍ୟର ପ୍ରଦେଶ କଂଗ୍ରେସ କମିଟି ( ପିସିସି) ସଂକଳ୍ପ ଗୃହୀତ କରିଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ମଧ୍ୟ କଂଗ୍ରେସ ସଭାପତି ପାଇଁ ମନୋନୟନ ପତ୍ର ଦାଖଲ କରିବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର