୨୩ ଭାଷା ପାଇଁ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ଘୋଷଣା : ୭ କବିତା, ୪ ଉପନ୍ୟାସ, ୬ କ୍ଷୁଦ୍ର ଗଳ୍ପ, ୩ ପ୍ରବନ୍ଧକୁ ଅକାଦେମି ପୁରସ୍କାର

ଶଶୀ ଥରୁର୍‌ଙ୍କ ଇଂରାଜି ପୁସ୍ତକ ‘ଆନ୍‌ ଏରା ଅଫ୍‌ ଡାର୍କନେସ’କୁ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର

ନୂଆଦିଲ୍ଲୀ : ଆଜି ୨୩ ଭାଷା ପାଇଁ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ଘୋଷଣା କରାଯାଇଛି। ୭ଟି କବିତା ପୁସ୍ତକ, ୪ଟି ଉପନ୍ୟାସ, ୬ କ୍ଷୁଦ୍ର ଗଳ୍ପ, ୩ ପ୍ରବନ୍ଧ ଏବଂ ଅନ୍ୟ ୩ଟି ଆତ୍ମଜୀବନୀ ଓ ଜୀବନୀ ପୁସ୍ତକ ଚଳିତବର୍ଷ ପୁରସ୍କାର ପାଇଁ ଚୟନ ହୋଇଛି। ତେବେ ନେପାଳୀ ଭାଷା ପାଇଁ ପୁରସ୍କାର ଘୋଷଣା ହୋଇନାହିଁ। ବଙ୍ଗଳା ଭାଷାରେ ପ୍ରବନ୍ଧ ପୁସ୍ତକ ‘ଘୁମେର୍‌ ଦର୍ଜା ଥେଲେ’ ପାଇଁ ଚିନ୍ମୟ ଗୁହା, ଇଂରାଜି ଭାଷାରେ ‘ଆନ୍‌ ଏରା ଅଫ୍‌ ଡାର୍କନେସ୍‌’ ପୁସ୍ତକ ପାଇଁ ଶଶୀ ଥରୁର୍‌, ହିନ୍ଦୀ ଭାଷାରେ କବିତା ପୁସ୍ତକ ‘ଛିଲାତେ ହୁଏ ଆପ୍‌ନେ କୋ’ ପାଇଁ ନନ୍ଦ କିଶୋର ଆଚାର୍ଯ୍ୟ, ଓଡ଼ିଆ ଭାଷାରେ ‘କ୍ଷୁଦ୍ର ଗଳ୍ପ ସଂକଳନ ‘ଭାସ୍ବତୀ’ ପାଇଁ ତରୁଣକାନ୍ତି ମିଶ୍ର, ସାନ୍ତାଳୀ ଭାଷାରେ କ୍ଷୁଦ୍ରଗଳ୍ପ ପୁସ୍ତକ ‘ଶିଶିରଜାଲି’ ପାଇଁ କାଳି ଚରଣ ହେମ୍ବ୍ରମ୍‌, ତେଲୁଗୁ ଭାଷାରେ ଉପନ୍ୟାସ ପୁସ୍ତକ ‘ସେପ୍ଟଭୂମି’ ପାଇଁ ବି. ନାରାୟଣ ସ୍ବାମୀଙ୍କ ନାମ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ପାଇଁ ଘୋଷିତ ହୋଇଛି। ଆସନ୍ତା ୨୦୨୦ ଫ୍ରେବୁଆରି ୨୫ ତାରିଖରେ ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ରାଶି ବାବଦକୁ ଏକ ଲକ୍ଷ ଟଙ୍କା ସହ ତାମ୍ର ଫଳକ ଓ ମାନପତ୍ର ପ୍ରଦାନ କରାଯିବ ବୋଲି ସାହିତ୍ୟ ଅକାଦେମୀ ପକ୍ଷରୁ ଘୋଷଣା କରାଯାଇଛି।

କଂଗ୍ରେସ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶଶୀ ଥରୁର୍‌ ତାଙ୍କ ପୁସ୍ତକ ‘ଆନ୍‌ ଏରା ଅଫ୍‌ ଡାର୍କନେସ: ଦି ବ୍ରିଟିଶ ଏମ୍ପାୟାର ଇନ୍‌ ଇଣ୍ଡିଆ‌’ ପାଇଁ ଚଳିତବର୍ଷ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ଲାଭ କରିଛନ୍ତି। ଏହି ପୁସ୍ତକଟି ୨୦୧୬ରେ ପ୍ରକାଶ ପାଇଥିଲା। ଥରୁର୍‌ ବର୍ତ୍ତମାନ ଥିରୁଅନନ୍ତପୁରମ୍‌ରୁ ଲୋକସଭା ସାଂସଦ ଅଛନ୍ତି। ତାଙ୍କର ‘ହ୍ବାଇ ଆଇ ଆମ୍‌ ଏ ହିନ୍ଦୁ’, ‘ପାରାଡୋକ୍ସିକାଲ୍‌ ପ୍ରାଇମ୍‌ ମିନିଷ୍ଟର’ ଏବଂ ‘ଇନ୍‌ଗ୍ଲୋରିୟସ ଏମ୍ପାୟାର’ ଆଦି ପୁସ୍ତକ ବେଶ ଲୋକପ୍ରିୟ ହୋ‌ଇପାରିଥିଲା।

ସମ୍ବନ୍ଧିତ ଖବର