ବିଦେଶରେ ଥିବାବେଳେ ମୋଦୀଙ୍କୁ ସମାଲୋଚନା କରିବା ଠିକ ନୁହେଁ : ଶଶୀ ଥରୁର

ହଷ୍ଟନ : ଆଉ ମାତ୍ର ୩୦ ମିନିଟ ପରେ ଅର୍ଥାତ ଭାରତୀୟ ସମୟ ୮ଟା ୩୦ ମିନିଟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତିଙ୍କ ମେଗା କାର୍ଯ୍ୟକ୍ରମ ହାଉଡି ମୋଦୀ ଆରମ୍ଭ ହେବ । ଏହା ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର କହିଛନ୍ତି ଯେ ମୋଦୀ ଦେଶ ବାହାରେ ଥିବାବେଳେ ଆମେ ତାଙ୍କୁ ସମାଲୋଚନା କରିବା ଠିକ ହେବ ନାହିଁ । କାରଣ ବିଦେଶରେ ଥିବାବେଳେ ସେ ସମଗ୍ର ଦେଶର ପ୍ରତିନିଧିତ୍ୱ କରୁଥାନ୍ତି ।

‘ଏକ ଦେଶ, ଏକ ଭାଷା’ ପ୍ରସଙ୍ଗରେ ସେ କହିଛନ୍ତି ଯେ ବିଜେପିର ‘ହିନ୍ଦୀ,ହିନ୍ଦୁ ଓ ହିନ୍ଦୁସ୍ତାନ’ ନୀତି ସମଗ୍ର ଦେଶ ପାଇଁ ବିପଦ । ତେବେ ଦେଶରେ ଏବେ ପ୍ରଚଳିତ ତିନି ଭାଷା ବ୍ୟବସ୍ଥା (ମାତୃଭାଷା, ଇଂରାଜି ଓ ହିନ୍ଦୀ/କିମ୍ବା ଅନ୍ୟ ଏକ ଭାଷା)କୁ ସେ ସମର୍ଥନ କରିଛନ୍ତି ।
କିଛିଦିନ ତଳେ ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ ଯେ ଦେଶରେ ଏକ ସାଧାରଣ ଭାଷା ରହିବା ଆବଶ୍ୟକ । ଏହାକୁ ନେଇ ଦେଶରେ ବିରୋଧ ଦେଖାଦେବାରୁ ସେ ପରେ ନିଜ ବକ୍ତବ୍ୟରୁ ଓହରି ଯାଇଥିଲେ ।

ସମ୍ବନ୍ଧିତ ଖବର