ଆଇନ ମନ୍ତ୍ରାଳୟ ଅଧିକାରୀ କରୋନା ଆକ୍ରାନ୍ତ, ଶାସ୍ତ୍ରୀ ଭବନ ଆଂଶିକ ସିଲ୍‌

ନୂଆଦିଲ୍ଲୀ: ଆଇନ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଦିଲ୍ଲୀ ସ୍ଥିତ ଶାସ୍ତ୍ରୀ ଭବନର ଚତୁର୍ଥ ମହଲାରେ ଥିବା ଆଇନ ମନ୍ତ୍ରାଳୟର ଅଧିକାରୀ କରୋନା ଆକ୍ରାନ୍ତ ହେବାପରେ ଶାସ୍ତ୍ରୀ ଭବନକୁ ଆଂଶିକ ସିଲ୍‌ କରିଦିଆଯାଇଛି। ଶାସ୍ତ୍ରୀ ଭବନରେ ଅନେକ ମନ୍ତ୍ରାଳୟ ରହିଛି। ତେବେ ଆଇନ ମନ୍ତ୍ରାଳୟ ଅଧିକାରୀ ଜଣଙ୍କ କରୋନା ସଂକ୍ରମିତ ହେବାପରେ ମନ୍ତ୍ରାଳୟ ଅଫିସ୍‌କୁ ସିଲ୍‌ କରାଯାଇଛି। ସମ୍ପୃକ୍ତ ଅଧିକାରୀ ଜଣଙ୍କ ଏପ୍ରିଲ ୨୩ ତାରିଖରେ ଶେଷ ଥର ପାଇଁ ଅଫିସ୍ ଆସିଥିଲେ। ଅଧିକାରୀ ଜଣଙ୍କ ବ୍ୟବହାର କରିଥିବା ଗେଟ୍‌ ନମ୍ବର ୧ ଏବଂ ୨ କୁ ବନ୍ଦ କରିଦିଆଯାଇଛି । ଅଫିସ୍‌ରେ ବିଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ସରକାରୀ ନିୟମାବଳୀ ଅନୁଯାୟୀ ଯଥୋଚିତ କ‌ାର୍ଯ୍ୟପନ୍ଥା ମଧ୍ୟ ଗ୍ରହଣ ହୋଇଛି ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ସିଆରପିଏଫ୍‌ ଏବଂ ବିଏସଏଫ୍‌ରେ କ‌ରୋନା ଚିହ୍ନଟ ହେବାପରେ ସିଆରପିଏଫ୍‌ ଏବଂ ବିଏସଏଫ୍‌ ହେଡକ୍ବାର୍ଟର ମଧ୍ୟ ସିଲ୍‌ କରିଦିଆଯାଇଥିଲା। ସେହିପରି ପୂର୍ବରୁ ନିତି ଆୟୋଗରେ ଜଣେ କରୋନା ଆକ୍ରାନ୍ତ ହୋଇଥିବାବେଳେ ନିତି ଆୟୋଗ ଅଫିସ୍‌କୁ ଗତ ମାସରେ ସିଲ୍‌ କରିଦିଆଯାଇଥିଲା।

ସମ୍ବନ୍ଧିତ ଖବର