ପାଟନା: ଭାରତୀୟ ଜନତା ପାର୍ଟିର ବିଦ୍ରୋହୀ ନେତା ତଥା ବଲିଉଡ଼୍ ଅଭିନେତା ଶତ୍ରୁଘ୍ନ ସିହ୍ନା ଆଜି ବିଜେପି ଛାଡ଼ି କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। ସେ ଏସଂପର୍କରେ ଟୁଇଟ୍ କରି ଲେଖିଛନ୍ତି ବିଜେପିର ପ୍ରତିଷ୍ଠା ଦିବସରେ ପୁରୁଣା ଦଳ ଛାଡ଼ି କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଭାରତୀୟ ଜନତା ପାର୍ଟି ଟିକେଟ ନ ଦେବା ପରେ ଶତ୍ରୁଘ୍ନ ସିହ୍ନା କଂଗ୍ରେସରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଥିଲା । ଆଜି ତାହା ସ୍ପଷ୍ଟ ହୋଇଛି। କଂଗ୍ରେସ ପକ୍ଷରୁ ସିହ୍ନା ତାଙ୍କର ପାରମ୍ପରିକ ଆସନ ପାଟନା ସାହିବରୁ ନିର୍ବାଚନ ଲଢ଼ିବେ । ବିଜେପି ଶତ୍ରୁଘ୍ନଙ୍କ ଟିକେଟ କାଟି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ସେଠାରୁ ପ୍ରାର୍ଥୀ କରିଛି । ପାଟନା ସାହିବରେ ଦେଖିବାକୁ ମିଳିବ ରବିଶଙ୍କର ପ୍ରସାଦ ଓ ଶତ୍ରୁଘ୍ନଙ୍କ ମଧ୍ୟରେ କଡ଼ା ଟକ୍କର ।
It’s with a heavy heart and immense pain that I finally bid adieu to my old party, for reasons best known to all of us, on 6th April, which also happens to be the Sansthapna Diwas of BJP.
I don’t hold any ill will for our people as they were like my family and I was groomed in— Shatrughan Sinha (@ShatruganSinha) April 6, 2019
ବିଜେପି ସାଂସଦ ଶତ୍ରୁଘ୍ନ ସିହ୍ନାଙ୍କୁ ଦୀର୍ଘଦିନ ଧରି ଦଳ ଉପରେ ଅସନ୍ତୁଷ୍ଟ ଥିଲେ । ପୂର୍ବରୁ ଶତ୍ରୁଘ୍ନ ସିହ୍ନା ବାରମ୍ବାର ମୋଦି ବିରୋଧୀ ମନ୍ତବ୍ୟ ଦେଇଆସୁଥିଲେ। ମୋଦିଙ୍କ ନେତୃତ୍ୱ ଉପରେ ବାରମ୍ବାର ପ୍ରଶ୍ନ ଉଠାଉ ଥିଲେ ସିହ୍ନା । ସୋସିଆଲ ମିଡ଼ିଆରେ ମୋଦି ବିରୋଧୀ ମନ୍ତବ୍ୟ ଦେବାସହ ରାହୁଲ ଗାନ୍ଧୀଙ୍କୁ ମାଷ୍ଟର ଅଫ୍ ସିଚ୍ୟୁଏସନ୍ ବୋଲି କହିଥିଲେ ଶତ୍ରୁଘ୍ନ ।