ପାଟନା: ବଲିଉଡ ଅଭିନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶତ୍ରୁଘ୍ନ ସିହ୍ନା ବିଜେପି ଛାଡ଼ି କଂଗ୍ରେସ ଦଳରେ ଯୋଗ ପାଟନା ସାହିବରୁ ନିର୍ବାଚନ ଲଢ଼ି ପରାସ୍ତ ହେବା ପରେ ଏବଂ ୨୦୧୯ ଲୋକସଭା ନିର୍ବାଚନର ଫଳାଫଳ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ପ୍ରଶଂସାରେ ପୋତି ଦେଇଥିଲେ। ଏପରିକି କଶ୍ମୀର ପ୍ରସଙ୍ଗରେ ବି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ସମର୍ଥନ କରିଥିଲେ।

Advertisment

शत्रुघ्न सिन्हा photo-amarujala

ହେଲେ ପୁଣି ନିଜର ବିଦ୍ରୋହର ସ୍ବରକୁ ଶାଣିତ କରିଛନ୍ତି ଶତ୍ରୁଘ୍ନ ସିହ୍ନା। ଶତ୍ରୁଘ୍ନ ସିହ୍ନା ପୁଣି ଯେଉଁ ଭିନ୍ନ ଭିନ୍ନ ଟୁଇଟ୍ କରିଛନ୍ତି, ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଏଥର ସେ ପୁଣିଥରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ଖାସକରି ସେ ଭାରତୀୟ ଅର୍ଥନୀତି ଏବଂ ବଜାରରେ ଦେଖା ଦେଇଥିବା ସଂକଟକୁ ନେଇ ସରକାରଙ୍କୁ ଘେରିଛନ୍ତି। ସେ କହିଛନ୍ତି ଏଥିପାଇଁ ଜିଏସଟି, ସରକାରଙ୍କ ଅର୍ଥବ୍ୟବସ୍ଥା ଏବଂ ନୋଟବନ୍ଦୀକୁ ଦାୟୀ କରିଛନ୍ତି।

ଶତ୍ରୁଘ୍ନ ସିହ୍ନା ଲେଖିଛନ୍ତି ଯେ ଏବେ ତ ଏହାର ଅୟମାରମ୍ଭ ହୋଇଛି ,ଆଗକୁ କ’ଣ ହେବ ତାକୁ ନେଇ ସେ ଆଶଙ୍କିତ । ସେ ଏଥିଲାଗି ସରକାରଙ୍କ ସହାୟତା ଲୋଡ଼ିଛନ୍ତି। ଶେଷରେ କିଶୋର କୁମାରଙ୍କ ଏକ ଲୋକପ୍ରିୟ ଗୀତ‘ ଆନେୱାଲା ପଲ ଜାନେୱାଲା ହେ ହୋସକେ ତୋ ଇସମେଁ ଜିନ୍ଦେଗି ବିତାଦେ ପଲ ତୋ ୟେ ଜାନେୱାଲା ହେ’ ତାଙ୍କର ମନେ ପଡ଼ୁଛି ବୋଲି ଲେଖିଛନ୍ତି ଶତ୍ରୁଘ୍ନ ସିହ୍ନା।